କେସିଙ୍ଗା ବ୍ଲକର ଚାଞ୍ଚେର ଓ ଉତ୍କେଳା ପଞ୍ଚାୟତର ପୂର୍ବତନ ପିଇଓଙ୍କ ପାଳି କେବେ ?

ପୂର୍ବତନ ପିଇଓ ଦେବେନ୍ଦ୍ର ସାଗର

କେସିଙ୍ଗା-୨୨/୩ ଆଜି ଓଡ଼ିଶା ଭିଜିଲାନ୍ସ ବିଭାଗ ଥୁଆମୂଳ ରାମପୁର ବ୍ଲକର ପୋଡାପଦର ଓ ତଳନେଗୀ ଗ୍ରାମ ପଞ୍ଚାୟତର ପିଇଓ ଦେବେନ୍ଦ୍ର ସାଗରଙ୍କୁ ୩ କୋଟିରୁ ଉର୍ଦ୍ଧ୍ଵ ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନାରୁ ପ୍ରକାଶ ଯେ ପିଇଓ ଶ୍ରୀ ସାଗର ପ୍ରଥମେ ୨୦୧୬ ମସିହାରେ ତଳନେଗୀ ପଞ୍ଚାୟତର ପିଇଓ ଭାବରେ ଦାୟିତ୍ଵ ଗ୍ରହଣ କରିଥିଲା ବେଳେ କିଛିଦିନ ପରେ ପୋଡପଦର ପଞ୍ଚାୟତରେ ପିଇଓ ଭାବେ ଡେପୁଟେସନ୍ ରେ କାର୍ଯ୍ୟ କରୁଥିଲେ। କିନ୍ତୁ ଶ୍ରୀ ସାଗର ତା. ୦୫.୦୫.୨୦୧୮ ରୁ ତା.୧୭.୦୨. ୨୦୨୨ ମଧ୍ୟରେ ତାଙ୍କ କ୍ଷମତାର ଅପବ୍ୟବହାର ଦୁଇ ପଞ୍ଚାୟତ ମଧ୍ୟରୁ ତଳନେଗୀ ପଞ୍ଚାୟତର ୧୫ଦଶ ସିଏଫସି ଓ ୫ମ ଏସଏଫସି ଫଣ୍ଡରୁ ସରପଞ୍ଚଙ୍କ ଜାଲ ଦସ୍ତଖତ କରି ୧ କୋଟି ୭୧ ଲକ୍ଷ ୮୬ ହଜାର ୩୪୨ ଟଙ୍କା ଓ ପୋଡପଦର ପଞ୍ଚାୟତରୁ ୧ କୋଟି ୨୬ ଲକ୍ଷ ୭୫୦ ଟଙ୍କା ଆତ୍ମସାତ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହିପରି କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଚାଞ୍ଚେର ଓ ଉତ୍କେଳା ପଞ୍ଚାୟତର ପୂର୍ବତନ ପିଇଓ ଲମ୍ବୁ ଶିଖା ଦୁଇ ପଞ୍ଚାୟତରୁ ଦେଢ଼ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଆତ୍ମସାତ କରିବା ନେଇ ବ୍ଲକ ତଦନ୍ତକାରୀ ସଂସ୍ଥା ଦ୍ବାରା ଧରାପଡ଼ିବା ପରେ ଜିଲ୍ଲା ପ୍ରଶାସନକୁ ରିପୋର୍ଟ ପ୍ରଦାନ କରାଯାଇଥିଲେ ମଧ୍ୟ ଆଜିଯାଏ କାର୍ଯ୍ୟାନୁଷ୍ଠାନ ନହେବା ସାଧାରଣରେ ସନ୍ଦେହ ସୃଷ୍ଟି କରିଛି।



Leave a Reply

Your email address will not be published. Required fields are marked *