ଚାଞ୍ଚେର ସରପଞ୍ଚଙ୍କ ଦ୍ବାରା ପୂର୍ବତନ ପିଇଓ ଲମ୍ବୁ ଶିଖା ଙ୍କ ନାମରେ ଥାନାରେ ଅଭିଯୋଗ

କେସିଙ୍ଗା- ୨୭/୩ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଚାଞ୍ଚେର ପଞ୍ଚାୟତର ପୂର୍ବତନ ପିଇଓ ଲମ୍ବୁ ଶିଖା ୮୫ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ହେରଫେର କରିବା ଓ ସରପଞ୍ଚଙ୍କ ଜାଲ ଦସ୍ତଖତ ଏବଂ ସରପଞ୍ଚଙ୍କ ଠାରୁ ଦସ୍ତଖତ ଆଣିବା ପରେ ୬୬ ହଜାର ୯୦୭ ଟଙ୍କା ବଦଳରେ ୧ଲକ୍ଷ ୬୬ ହଜାର ୯୦୭ ଟଙ୍କା ଲେଖିବା ଅଭିଯୋଗରେ ଚାଞ୍ଚେର ସରପଞ୍ଚ କେସିଙ୍ଗା ଥାନାରେ ମାମଲା ରୁଜ୍ଜୁ କରିଥିଲେ। ଅଭିଯୋଗ ପାଇବା ପରେ ଥାନା କେଶ୍ ନଂ ୧୫୬/୨୫ ରେ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବା ଏଏସଆଇ ଅରକ୍ଷୀତ ମାଝୀଙ୍କ ଠାରୁ ପ୍ରକାଶ।

Leave a Reply

Your email address will not be published. Required fields are marked *