ଦୁର୍ନୀତିଗ୍ରସ୍ତ ଲେମ୍ବୁ ଶିଖାଙ୍କ ଥୁ. ରାମପୁର ବ୍ଲକକୁ ବଦଳି

କେସିଙ୍ଗା-୨୭/୩ କେସିଙ୍ଗା ବ୍ଲକର ଚାଞ୍ଚେର ଓ ଉତ୍କେଳା ପଞ୍ଚାୟତର ପୂର୍ବତନ ପିଇଓ ତଥା ପରବର୍ତ୍ତୀ ବଦଳି ଆଦେଶ ଅନୁସାରେ ଜିପିଡିଓ ଏବଂ ପରବର୍ତ୍ତୀ ସମୟରେ ଅଫିସ୍ ରେ ଆଟାଚ୍ ହୋଇଥିବା ଲମ୍ବୁ ଶିଖା ଦେଢ଼ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଦୁର୍ନୀତି ଅଭିଯୋଗରେ ଜିଲ୍ଲାପାଳଙ୍କ ଚିଠି ନଂ ୪୫୪/ ତା ୨୬.୩.୨୦୨୫ ରିଖରେ ଥୁଆମୂଳ ରାମପୁର ବ୍ଲକକୁ ବଦଳି କରିଥିବା ଜଣାପଡିଛି। ଏଠାରେ ଉଲ୍ଲେଖଯୋଗ୍ୟ ପୂର୍ବତନ ପିଇଓ ଶ୍ରୀ ଶିଖା ଉତ୍କେଳା ପଞ୍ଚାୟତରୁ ୭୦ ଲକ୍ଷରୁ ଉର୍ଦ୍ଧ୍ଵ ଏବଂ ଚାଞ୍ଚେର ପଞ୍ଚାୟତରୁ ୮୫ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ହେରଫେର କରିଥିବାରୁ କ୍ୟାସ୍ ବୁକ୍ ଓ ପାସ୍ ବୁକ୍ ମଧ୍ୟରେ ତାରତମ୍ୟ ଥିବା ନେଇ ବ୍ଲକ ଫାଇନାନ୍ସ ଅଫିସର ତଦନ୍ତରୁ ଜାଣିପାରିଥିଲେ। ଶ୍ରୀ ଶିଖାଙ୍କ ଏଭଳି ଆର୍ଥିକ ଅନିୟମିତତା ବିରୁଦ୍ଧରେ ଦୁଇ ଜଣ ଗଣମାଧ୍ୟମ ପ୍ରତିନିଧି ମୁଖ୍ୟମନ୍ତ୍ରୀ, ଭିଜିଲାନ୍ସ ଡିଜି ଓ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ ଥିଲେ। ତେବେ ଆତ୍ମସାତ କରିଥିବା ଅର୍ଥ ଶ୍ରୀ ଶିଖାଙ୍କ ଠାରୁ କେବେ ଭରଣା କରାଯିବ ଦେଖିବାକୁ ବାକି ରହିଲା।

Leave a Reply

Your email address will not be published. Required fields are marked *