
କେସିଙ୍ଗା -୨୧/୬ ଆଜି କେସିଙ୍ଗା ଏନଏସି ପକ୍ଷରୁ ୧୧ଟା ବେଳେ ଡୁମେରମୁଣ୍ଡା ସ୍ଥିତ ବର୍ଜ୍ୟବସ୍ତୁ ପରିଚାଳନା ପ୍ଲାଣ୍ଟ ଓ ୧୨. ୩୦ ରେ କୁର୍ଲୁପଡା ସ୍ଥିତ ନୂତନ ବସଷ୍ଟାଣ୍ଡ ଠାରେ ପ୍ରାୟ ୧୦୦ଟି ବୣକ୍ଷରୋପଣ କରାଯାଇଥିବା ଏନଏସି ସୂତ୍ରରୁ ପ୍ରକାଶ। ଏନଏସି ଅଧ୍ୟକ୍ଷ ନୣପରାଜ ଯାଦବ, ଉପାଧ୍ୟାକ୍ଷା ସରସ୍ବତୀ ସାହା ବର୍ଜ୍ୟବସ୍ତୁ ପ୍ଲାଣ୍ଟ ଓ ନୂତନ ବସଷ୍ଟାଣ୍ଡ ଠାରେ ବୣକ୍ଷରୋପଣ କରିଥିବା ବେଳେ ଏନଏସିର ଉପସ୍ଥିତ କର୍ମଚାରୀ ଓ ଠିକାଦାରମାନେ ବୣକ୍ଷରୋପଣ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥଲେ। ଏଥିସହିତ ସେଠାରେ ଉପସ୍ଥିତ ଥିବା ଗଣମାଧ୍ୟମ ପ୍ରତିନିଧି ମାନେ ମଧ୍ୟ ବୣକ୍ଷରୋପଣ କରିଥିଲେ। ଆଜି ୧୦୦ଟି ବୣକ୍ଷରୋପଣ କରାଯାଇଥିଲା ବେଳେ ପର୍ଯ୍ୟାୟକ୍ରମେ ଆହୁରି ୪୦୦ଟି ବୣକ୍ଷରୋପଣ କରାଯିବାର କାର୍ଯ୍ୟକ୍ରମ ରହିଛି ବୋଲି ଏନଏସି ସୂତ୍ରରୁ ସୂଚନା ମିଳିଛି।