କେସିଙ୍ଗା ସାମ୍ବାଦିକ ମହାସଂଘ ତରଫରୁ ଜାତୀୟ ପ୍ରେସ ଦିବସ ପାଳିତ

କେସିଙ୍ଗା – କଳାହାଣ୍ଡି ଜିଲ୍ଲା କେସିଙ୍ଗା ସାମ୍ବାଦିକ ମହାସଂଘ ତରଫରୁ ଗତକାଲି ସନ୍ଧ୍ୟାରେ ସ୍ଥାନୀୟ ଉଚ୍ଚ ବିଦ୍ୟାପୀଠ ମଞ୍ଚରେ ଉତ୍ସାହ ଉଦ୍ଦୀପନା ସହ ପାଳିତ ହୋଇଯାଇଛି। ସଂଘର ସଭାପତି ସୁଶାନ୍ତ କୁମାର ମହାପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ତିଥି ଭାବରେ କେସିଙ୍ଗା ଥାନା ଏସଡିପିଓ ସନ୍ଦୀପ କୁମାର ମାଝୀ, ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି, ମୁଖ୍ୟବକ୍ତା ଡ. ପ୍ରତ୍ୟାଶା ଧଳ ( ଅଧ୍ୟାପିକା ଓଡିଆ ବିଭାଗ ମା ମାଣିକେଶ୍ବରୀ ବିଶ୍ବବିଦ୍ୟାଳୟ, ଭବାନୀପାଟଣା )ଓ ସ୍ବନ୍ତ୍ରତ ଅତିଥି ଭାବେ ପୂର୍ବତନ ନଗରପାଳ ରାମ କୁମାର ଜୈନଙ୍କ ସହିତ ସଂଘର ସମ୍ପାଦକ ଦୟା ସୁନାନୀ ମଞ୍ଚାସୀନ ଥିଲେ। ନିମନ୍ତ୍ରତ ଆଞ୍ଚଳିକ ଅତିଥିମାନେ ଉପୂରାତନ ସାମ୍ବାଦିକ ଓ ଏବର ସାମ୍ବାଦିକ ମାନଙ୍କ ମଧ୍ୟରେ ତାରତମ୍ୟ ବିଷୟରେ ନିଜର ବକ୍ତବ୍ୟ ରଖିବା ସହିତ ଅଞ୍ଚଳର ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ। ମୁଖ୍ୟବକ୍ତା ଡ. ଧଳ ସାହିତ୍ୟ ଓ ସାମ୍ବାଦିକ ପରସ୍ପର ପରିପୂରକ ବିଷୟରେ ନିଜ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ କେସିଙ୍ଗା ସମ୍ବାଦିକ ମହାସଂଘ ତରଫରୁ କଳାହାଣ୍ଡି ଜିଲ୍ଲା ପ୍ରମେୟ ପ୍ରତିନିଧି ସନ୍ତୋଷ କୁମାର ସିଂଦେଓ ଙ୍କୁ ଶ୍ରେଷ୍ଠ ସାମ୍ବାଦିକ ରୂପେ ଉପଢୌକନ ଓ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା। ଏହି ଉପଲକ୍ଷେ ବିଭିନ୍ନ ସ୍କୁଲ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ସକାଳେ ବକ୍ତ୍ରତା, ରଚନା ଓ ଡ୍ରଂଇ ପ୍ରତିଯୋଗୀତା ହୋଇଥିଲା। ଏଥିରେ ପ୍ରଥମ ଦ୍ବିତୀୟ ଓ ତୣତୀୟ ସ୍ଥାନ ଅଧିକାର କରିଥିବା ପ୍ତିରଯୋଗୀଙ୍କୁ ଅତିଥିମାନେ ଟ୍ରଫି ସହ ସାର୍ଟିଫିକେଟ ପ୍ରଦାନ କରି ପୁରସ୍କୃତ କରିଥିଲେ। ଶେଷରେ ଭବାନୀପାଟଣା ମୣଣ୍ମମୟୀ ଡ୍ୟାନ୍ସ ଗ୍ରୁପ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏହି ସଭାରେ ସହରର ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହ ମହିଳା ଓ କୁନି କୁନି ପିଲାମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *