କେସିଙ୍ଗା ମହାବିଦ୍ୟାଳୟ ରେ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ

କେସିଙ୍ଗା ୧୬/୧ କଳାହାଣ୍ଡି ଜିଲ୍ଲା କେସିଙ୍ଗା ମହାବିଦ୍ୟାଳୟରେ ଚାଲିଥିବା ଛାତ୍ରଛାତ୍ରୀଙ୍କ ଆତ୍ମସୁରକ୍ଷା ତାଲିମ ଶିବିର ଆଜି ଉଦଯାପିତ ହୋଇଯାଇଛି। ଗତ ୯. ୧. ୨୬ରୁ ୧୬. ୧. ୨୬ ରିଖ ୮ ଦିନ ଧରି ଚାଲିଥିବା ଉଦଯାପନୀ ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁଶାନ୍ତ କୁମାର ପାଢ଼ୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା ବେଳେ ଏଥିରେ କଲେଜର ଅନେକ ଅଧ୍ୟାପକ/ ଅଧ୍ୟାପିକା, ଖେଳ ଶିକ୍ଷକ ଏବଂ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। କଲେଜ ଅଧ୍ୟକ୍ଷ ଶ୍ରୀ ପାଢ଼ୀ ତାଙ୍କ ଅଭିଭାଷଣରେ କହିଥିଲେ ଯେ ପ୍ରଶିକ୍ଷଣ ନେଇଥିବା ଛାତ୍ରଛାତ୍ରୀ ମାନେ ଯେ କୌଣସି ଅସ୍ବାଭାବିକ ପରିସ୍ଥିତିର ମୁକାବିଲା କରିବା ପାଇଁ ଉପଦେଶ ଦେଇଥିଲେ। ଅଧ୍ୟାପିକା ଗୀତାଞ୍ଜଳି ଦୋରା ସଂଯୋଜିକା, ତପସ୍ବିନୀ ମାଝୀ ଓ ନେପୂରା ମାଝୀ ମାଷ୍ଟର ଟ୍ରେନର ଭାବେ ଦାୟିତ୍ୱ ତୁଲାଇଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରଧ୍ୟାପକ ଅଶ୍ବିନୀ ପଟ୍ଟନାୟକ ଓ ଅଶ୍ବିନୀ କୁମାର ପାଇକରାୟ ପ୍ରମୁଖ ଯୋଗଦେଇ ପ୍ରଶିକ୍ଷିତ ଛାତ୍ରଛାତ୍ରୀ ମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *