
କେସିଙ୍ଗା – ୨୬/୧୨ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକର ବାହାଦୂରପିଟା ଠାରୁ ପୋଡ଼ଖମ୍ବ ରାସ୍ତାର ଉନ୍ନତିକରଣ ସୂଚନା ଫଳକ ଅନଯାୟୀ ସମ୍ମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା, ଥୁଆମୂଳ ରାମପୁର, କଳାହାଣ୍ଡି ତରଫରୁ କରାଯାଇଥିବା ଜଣାଯାଇଛି। ଏହି ରାସ୍ତାର ଉନ୍ନତିକରଣ ନିମନ୍ତେ ୨୦୨୩-୨୪ ଆର୍ଥିକ ବର୍ଷରେ ସିଜିଏଫ୍ ରୁ ୪ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। କିନ୍ତୁ ବିଭାଗ ଉକ୍ତ ବର୍ଷରେ ନକରି ପ୍ରକୣତରେ ଡିସେମ୍ବର ୨୦୨୫ ବର୍ଷର ଶେଷ ମାସରେ କାମ ଆରମ୍ଭ କରି ରାସ୍ତାରେ କେବଳ ମେଟାଲ, ମୁରୁମୁ ପକାଇଯାଇ ଥିଲାବେଳେ ବାଲି ନପକାଇ ୩/୪ ଦିନ ତଳେ କାମ ଶେଷ ହୋଇଥିବା ଖବର ମିଳିଛି। ଏଭଳି ଅନିୟମିତତାର ତଦନ୍ତ କରାଯିବାକୁ ସାଧାରଣରେ ଦାବି ହୋଇଛି।
