କେସିଙ୍ଗା-୨୬/୧୨ ଡିସେମ୍ବର ମାସ ଶେଷରେ ସାରା ଭାରତ ବର୍ଷରେ ୨୦୨୫ ବର୍ଷକୁ ବିଦାୟ ଦେବା ଅବସରରେ ମଉଜ ମଜଲିସ କରି ପିକନିକ ଆଦି କରିଥାନ୍ତି | ଏହି ଉପଲକ୍ଷେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ନଗର ବିଜେପି ମୋର୍ଚ୍ଚା ତରଫରୁ ଏକ ବନବିହାର କାର୍ଯ୍ୟକ୍ରମ ତହଁଶିର ଯୋଜନା ଡ୍ୟାମ ଠାରେ ଅନୁଷ୍ଠିତ ହୋଇଯାଇଛି | କେସିଙ୍ଗା ଜଗନ୍ନାଥ ସ୍କୋୟାର ଠାରେ ଜିଲ୍ଲା ତରଫରୁ ଅନୁଷ୍ଠିତ କାର୍ଯ୍ଯକ୍ରମରେ ବଣ୍ଟି ଜୈନକୁ ଜିଲ୍ଲା ବ୍ଯବସାୟୀ ପ୍ରକୋଷ୍ଠ ସଭାପତି ଓ ରୁପ୍ରା ମଣ୍ଡଳ ପ୍ରଭାରୀ ଭାବେ ସନ୍ତୋଷ ଦାସଙ୍କୁ ମନୋନୀତ କରାଯାଇଛି | କେସିଙ୍ଗା ନଗର ସଭାପତି ପିଙ୍କୁ ପରିଡାଙ୍କ ନେତୃତ୍ଵରେ ବନ୍ଦେ ମାତରମ୍ ସାମୁହିକ ଗାନ ପରେ ଏହି କାର୍ଯ୍ୟକ୍ରମରେ କେସିଙ୍ଗା ନଗର କମିଟୀର ପୂର୍ବତନ ସଭାପତି ମାନଙ୍କୁ ସମ୍ମାନିତ କରାଯାଇଥିଲା ଓ କେସିଙ୍ଗା ନଗର ର ଗଣମାଧ୍ୟମ ପ୍ରତିନିଧିଙ୍କୁ ମଧ୍ୟ ସମ୍ମାନୀତ କରାଯାଇଥିଲା | ଏହି କାର୍ଯ୍ୟକ୍ରମରେ ରାଜ୍ୟ ସମ୍ପାଦକ ସାରଦା ଶତପଥୀ, ରାଜ୍ଯସଭା ସାଂସଦ ସୁଜିତ୍ କୁମାର, ରାଜ୍ଯ ଉପସଭାପତି ତଥା କଳହାଣ୍ଡିର ଜିଲ୍ଲା ପ୍ରଭାରୀ ଶିବାଜୀ ମହାନ୍ତି, ରାଜ୍ଯ ଉପସଭାପତି ତଥା କୋରାପୁଟ ପ୍ରଭାରୀ ଭବେନ୍ଦ୍ର ପଣ୍ଡା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ନୂଆପଡ଼ା ପ୍ରଭାରୀ ଆର୍ତ୍ତତ୍ରାଣ ମହାପାତ୍ର , ଜିଲ୍ଲା ସଭାପତି ଯୁଗଳ ପୋଢ଼, ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଷୀ, ରାଜ୍ଯ କାର୍ଯ୍ୟକାରିଣୀ ସଦସ୍ୟ ନମିତା ରାଣୀ ସାହୁ, ଜିଲ୍ଲା କୋଷାଧ୍ୟକ୍ଷ ପ୍ରମୋଦ ଜୈନ, ପୂର୍ବତନ ବିଧାୟକ ଅନାମ ନାୟକ, କେସିଙ୍ଗା ବିଜେପି ନଗର କମିଟୀର ସମସ୍ତ କାର୍ଯ୍ୟକର୍ତ୍ତା ଓ କର୍ମୀମାନେ ଉପସ୍ଥିତ ଥିଲେ। ମଞ୍ଚ ପରିଚାଳନା ସନ୍ତୋଷ ଦାସ କରିଥିବା ବେଳେ ଧନ୍ଯବାଦ ଅର୍ପଣ କରିଥିଲେ ମଗନ୍ ସିନ୍ଦୁର।