କେସିଙ୍ଗା – ୧୫/୩ ବର୍ତ୍ତମାନ କେସିଙ୍ଗା ଜୁନିୟର ଡିଭିଜନ ସିଭିଲ କୋର୍ଟରେ ୫୦୦୦୦/- ଟଙ୍କା ଲିମିଟେସନ୍ ଥିବାରୁ ଲୋକେ ବାଧ୍ୟ ବାଧକତାରେ ଭବାନୀପାଟଣା ଯାଇ ଆର୍ଥିକ କ୍ଷତି ସହୁଛନ୍ତି। ତେଣୁ କେସିଙ୍ଗାରେ ଯଦି ସିଭିଲ ଜଜ୍ (ସିନିୟର୍ ଡିଭିଜନ) ବା ଏଡିଜେ କୋର୍ଟ ସ୍ଥାପନ ହୁଏ, ତେବେ ବହୁତ ଲୋକ ଉକ୍ତ ଆର୍ଥିକ କ୍ଷତିରୁ ବଞ୍ଚି ପାରନ୍ତେ। ଏଣୁ ବାର୍ ଆସୋସିଏସନ୍ ତରଫରୁ କେସିଙ୍ଗା ଅଞ୍ଚଳରେ ଜନହିତକର କାମ କରୁଥିବା ସମସ୍ତ ସମାଜ ସେବୀ ଓ ସଂଗଠନ ଗୁଡ଼ିକ କେସିଙ୍ଗାରେ ସିଭିଲ ଜଜ୍ (ସିନିୟର୍ ଡିଭିଜନ) ବା ଏଡିଜେ କୋର୍ଟ ସ୍ଥାପନ ପାଇଁ ସହଯୋଗ ଓ ସମର୍ଥନ ପ୍ରଦାନ କରିବା ପାଇଁ ଅନୁରୋଧ କରୁଅଛି।