
କେସିଙ୍ଗା -୧୫/୩ ଗତକାଲି ୨୦୨୬- ୨୭ ବର୍ଷ ପାଇଁ କେସିଙ୍ଗା ଓକିଲ ସଂଘ ( ବାର୍ ଆସୋସିଏସନର) ର ନିର୍ବାଚନ ଶେଷ ହୋଇଛି। ବରିଷ୍ଠ ଓକିଲ କାମପାଲ ସାହା ନିର୍ବାଚନ ଅଧିକାରୀ ରୂପେ ଚଳିତ ବର୍ଷ ପାଇଁ ବାର୍ ଆସୋସିଏସନର ସଭାପତି ଭାବରେ ବରିଷ୍ଠ ଆଇନଜୀବୀ ଗୁରୁ ପ୍ରସାଦ ବଗର୍ତ୍ତି ଓ ସଂପାଦକ ଭାବେ ସନ୍ତୋଷ କୁମାର ଦାଶ ଏବଂ ଉପ ସଭାପତି- ସୌମ୍ୟ ରଞ୍ଜନ ମିଶ୍ର, ସହ ସମ୍ପାଦକ- ଅକ୍ଷୟ କୁମାର ପାତ୍ର, କୋଷାଧ୍ୟକ୍ଷ – ଗୌତମ ନାଗ ପ୍ରମୁଖ ନିର୍ଦ୍ବନ୍ଦରେ ନିର୍ବାଚିତ ହେଲେ ବୋଲି ଘୋଷଣା କରିଥିଲେ। ଚଳିତ ମାସ ୭-୯ ତାରିଖ କେସିଙ୍ଗା ବାର୍ ଆସୋସିଏସନ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ସମୟ ସୀମା ରହିଥିଲା ବେଳେ ପ୍ରତି ପଦବୀ ପାଇଁ ଜଣେ ଜଣେ ଲେଖାଏଁ ପ୍ରର୍ଥୀପତ୍ର ଦାଖଲ କରିଥିଲେ। ତେଣୁ ଏମାନେ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଥିଲେ।