
କେସିଙ୍ଗା -୧୪/୧୨ ରାଜ୍ୟ ସରକାରଙ୍କ ଗୣହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ନିର୍ଦେଶକ୍ରମେ ଆଜି କଳାହାଣ୍ଡି ଜିଲ୍ଲା କେସିଙ୍ଗା ଏନଏସିରେ ବଡଖାନା ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ନଗରପାଳ ନୣପରାଜ ଯାଦବ, କାର୍ଯ୍ୟନିର୍ବାହୀ ଅଧିକାରୀ ଦୁଷ୍ମନ୍ତ ଆଚାର୍ଯ୍ୟଙ୍କ ସମେତ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ, ପାରିଷଦ ବର୍ଗ ଯୋଗ ଦେଇଥିଲେ। ଏହି ଅବସରରେ ଅଧ୍ୟକ୍ଷ ଶ୍ରୀ ଯାଦବ ପାରିଷଦ ବର୍ଗ ଓ ଝାଡୁଦାର ମାନଙ୍କୁ ଉପଢୌକନ ଦେଇ ସମ୍ମାନିତ କରିଥିଲେ। ଏଥିସହିତ କିଛି ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ରହି ଅଧ୍ୟକ୍ଷ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ସହ ମିଶି ଝାଡୁଦାର ମାନଙ୍କୁ ଖାଦ୍ୟ ପରଷିଥିଲେ। କିନ୍ତୁ ଏହି କାର୍ଯ୍ୟକ୍ରମରେ ବହୁତ ବ୍ୟକ୍ତିକ୍ରମ ହୋଇଥିବାରୁ କେତେକ ଗଣମାଧ୍ୟମ ଅସନ୍ତୋଷ ପ୍ରକାଶ କରିଛନ୍ତି। କାର୍ଯ୍ୟକ୍ରମରେ ଏନଏସିର ସମସ୍ତ କର୍ମଚାରୀ ସହଯୋଗ କରିଥିବା ବେଳେ ନୣସିଂହ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।