
କେସିଙ୍ଗା -୧୫/୧୨ ଲୋକଙ୍କ ଧାରଣା ଓ ବହୁ ଦାବି ପରେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ଅମ୍ବାଜୀ ନିକଟ ରେଳ ଫାଟକ ନିକଟରେ ଏକ ଭୂତଳ ରେଳ ପୋଲ ନିର୍ମାଣ ହୋଇଥିଲା। କିନ୍ତୁ ରେଳ ବିଭାଗର ଅବହେଳା ହେଉ ଅବା ଦୂରଦର୍ଶିତା ଅଭାବ ଯୋଗୁଁ ଏହି ପୋଲ ନିର୍ମାଣ ହେବା ଦିନଠାରୁ ଲୋକେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। କେତେବେଳେ ଲାଇଟ୍ ନାହିଁ ତ କେତେବେଳେ ରାସ୍ତା ଉପରେ କୁଢ଼ କୁଢ଼ ବାଲି, ମାଟି ଜମି ରହିବା. ରାସ୍ତା କଂକ୍ରିଟ ଫାଟି ଆଁ କରିବା, ରାସ୍ତା ଉପରେ ପାଣି ଜମା ହୋଇରହିବା ଯୋଗୁଁ ରାସ୍ତା କାଦୁଅ ପଚ୍ ପଚ୍ ହେବା ଇତ୍ୟାଦି ସମସ୍ୟା ଲାଗି ରହିଛି। ବର୍ତ୍ତମାନ ଲାଞ୍ଜିଗଡ ସ୍ଥିତ ବେଦାନ୍ତ କମ୍ପାନୀ ପାଇପ ଯୋଗେ ନେଉଥିବା ପାଣି ଲିକ୍ ହୋଇ ରାସ୍ତା ଉପରେ ଜମା ହୋଇ ରହୁଥିବାରୁ ଲୋକେ ଯାତାୟତରେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଥିପ୍ରତି ବିଭାଗୀୟ କର୍ତ୍ତୣପକ୍ଷ ଦୣଷ୍ଟିଦେଇ ତୁରନ୍ତ ପ୍ରତିକାର କରିବାକୁ ସହରବାସୀ ଦାବି କରିଛନ୍ତି।