କେସିଙ୍ଗା ବାର୍ ଆସୋସିଏସନ୍ ର କର୍ମକର୍ତ୍ତା ନିର୍ବାଚନ

କେସିଙ୍ଗା-୨୯/୩ ଆଜି କେସିଙ୍ଗା ବାର୍ ଆସୋସିଏସନ୍ ର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଏହି ନିର୍ବାଚନରେ ଆଡଭୋକେଟ୍ କାମପାଳ ସାହା ନିର୍ବାଚନ ଅଧିକାରୀ ଭାବେ ଦାୟିତ୍ବ ତୁଲାଇଥିଲା ବେଳେ ଆସୋସିଏସନ୍ ର ସଭାପତି ରୂପେ ଚିତ୍ତରଞ୍ଜନ ଭୋଇ ନିର୍ବାଚିତ ହୋଇଛନ୍ତି। ସେହିପରି ଉପ ସଭାପତି ଭାବେ ଗୋଲକ ବିହାରୀ ପ୍ରଧାନ, ସାଧାରଣ ସଂପାଦକ – ଯୁଗଳ କିଶୋର ଦୀପ୍ , ଉପ ସଂପାଦକ – ସଞ୍ଜିବ କୁମାର ସ୍ବାଇଁ, କୋଷାଧ୍ୟକ୍ଷ- ସୁକାନ୍ତ କୁମାର ପ୍ରଧାନ, କାର୍ଯ୍ୟକାରିଣୀ ସଦସ୍ୟ ଭାବେ ବୈକୁଣ୍ଠ ମହଲା, ହରି ତାଣ୍ଡି, ଲକ୍ଷ୍ମୀକାନ୍ତ ମହଲା, ଶମ୍ଭୁ ପ୍ରସାଦ ପଣ୍ଡା, ଉଦିତ କୁମାର ପ୍ରଧାନ ପ୍ରମୁଖ ନିର୍ବାଚିତ ହୋଇଛନ୍ତି।

Leave a Reply

Your email address will not be published. Required fields are marked *