
କେସିଙ୍ଗା -୨୯/୩ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ପରଲସିଙ୍ଗା ଗ୍ରାମ ପଞ୍ଚାୟତ ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ସଭାପତି ପ୍ରଫୁଲ୍ଲ ନାଏକ ତାଙ୍କ ନେତୃତ୍ବରେ ଆଜି ଶୁକ୍ରବାର ନୂତନ ପ୍ରାଥମିକ କୃଷି ସମବାୟ ସମିତି ଲିଃ ର ଉଦ୍ଘାଟନ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ARCS ମଧୁସୂଦନ ମେହେର, SARCS ସୁରେନ୍ଦ୍ର ମାଝୀ, ସରପଞ୍ଚ କୃତାଞ୍ଜଳ ଗୌଡ, ନାଏବ ସରପଞ୍ଚ ଗୀତାଞ୍ଜଳି ସାହୁ, ଏକ୍ସ ସରପଞ୍ଚ ପ୍ରମିଳା ସାହୁ, କାଣ୍ଡେଲ ଏବଂ ପରଲସିଙ୍ଗା ଫ୍ୟାକ୍ସ ସିଇଓ ଯଶୋବନ୍ତ ବାଗ , କାଣ୍ଡେଲ ଫ୍ୟାକ୍ସ ସଭାପତି ତ୍ରିପୁରା ନାଏକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ମଞ୍ଚାସୀନ ଥିଲେ। ପ୍ରଥମେ ଦୀପ ପ୍ରଜ୍ଜ୍ୱଳନ ମଧ୍ୟ କରାଯାଇଥିଲା । ଏହି ଉଦ୍ଘାଟନ ଉତ୍ସବରେ ଆଖପାଖ ଅଞ୍ଚଳର ବହୁ ସଂଖ୍ୟାରେ ଚାଷୀମାନଙ୍କ ସମେତ ସଭ୍ୟ/ସଭ୍ୟା, ପରଲସିଙ୍ଗା ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ବିନୋଦ ବିହାରୀ ନାଏକ, ମେଘୁ ନାଏକ, ତେଜରାଜ ନାଏକ ଓ ବହୁ ମାନ୍ୟଗଣ୍ୟ ତଥା ବୁଦ୍ଧିଜୀବୀମାନେ ଉପସ୍ଥିତ ଥିଲେ। ଏଠାରେ ପ୍ରଥମ ଥର ନୂତନ ଭାବେ ଏହି ପ୍ରାଥମିକ କୃଷି ସମବାୟ ସମିତି ଉଦ୍ଘାଟନ ହେବା ଦ୍ଵାରା ଅଞ୍ଚଳର କୃଷକ ମାନଙ୍କର ବିକାଶ, କୃଷି ଋଣ, ଖରିଫ, ରବି ୠତୁ ଋଣ ଆଦାନ ପ୍ରଦାନ କରି ଚାଷୀମାନେ ଉପକୃତ ହୋଇପାରିବେ ବୋଲି SARCS ସୁରେନ୍ଦ୍ର ମାଝୀ କହିଥିଲେ । ପରିଶେଷରେ ମଞ୍ଚ ପରିଚାଳନା କରିଥିଲେ ମହୀପାଳ ନାଏକ ଏବଂ ହେମସାଗର ସା ଆୟୋଜନରେ ସହଯୋଗ କରିଥିଲେ ।