କେସିଙ୍ଗା ବ୍ଲକରେ ମନରେଗା କାମରେ ବ୍ୟାପକ ଦୁର୍ନୀତି, ଶ୍ରମିକଙ୍କ ଜବ୍ କାର୍ଡରେ ପାଉଣା ନେଉଛନ୍ତି ସରକାରୀ କର୍ମଚାରୀ


କେସିଙ୍ଗା ତା:୨୯/୧୧) କେନ୍ଦ୍ର ସରକାର ଲୋକଙ୍କୁ ନିଜ ଅଞ୍ଚଳ ରେ କାମ ଯୋଗାଇ ଦେବା ପାଇଁ ଆରମ୍ଭ କରିଥିଲେ ମହାତ୍ମା ଗାନ୍ଧି ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନା, ଉଦ୍ଦେଶ୍ୟ ଥିଲା ସ୍ଥାନୀୟ ଲୋକ ବା ଶ୍ରମିକ ନିଜ ଅଞ୍ଚଳ ରେ ରହି କାମ କରିବେ ଓ ଦାଦନ ଯିବେ ନାହିଁ । କିନ୍ତୁ ବର୍ତ୍ତମାନ କେତେକ ପ୍ରଶାସନିକ ଅଧିକାରୀ ଓ ଠିକାଦାର ମାନଙ୍କ ଲାଭଖୋର ମନୋବୃତ୍ତି ରଖି ପକେଟ ଗରମ କରୁଥିବା ଯୋଗୁଁ ଏହି ଯୋଜନାର ଲାଭ ଗରିବ ଲୋକମାନେ ନ ପାଇ ଦାଦନ ଯାଉଥିବା ଦେଖିବାକୁ ମିଳୁଛି। କେଉଁଠି ଏହି ଯୋଜନାର କାମ ମେସିନ କରୁଛି ତ କେଉଁଠି ଏହି କାମକୁ ଯେଉଁ ଶ୍ରମିକ ମାନେ କରିବା କଥା ସେମାନେ ନକରି ସରକାରୀ ଚାକିରିଆ ବି କରୁଥିବା ଦେଖିବାକୁ ମିଳୁଛି। ଏହା ଦେଖିବାକୁ ମିଳିଛି କେସିଙ୍ଗା ବ୍ଲକ ଅନ୍ତର୍ଗତ ଲାଇତରା ପଞ୍ଚାୟତରେ ଥିବା କେସିଙ୍ଗା ମହାବିଦ୍ୟାଳୟ ପରିସରରେ ହୋଇଥିବା ପାଚେରୀ ନିର୍ମାଣ କାର୍ଯ୍ୟରେ। ଏହି ନିର୍ମାଣ କାର୍ଯ୍ୟ ୨ ମାସ ପୁର୍ବରୁ ହୋଇଥିବା ବେଳେ ଆମ ପ୍ରତିନିଧିଙ୍କ ହସ୍ତଗତ ହୋଇଛି ୧୮/୧୯/୨୦/୨୧ ନଭେମ୍ବରରେ ଅପଲୋଡ଼ ହୋଇଥିବା ଗ୍ରୁପ୍ ଫୋଟୋ ଓ କାର୍ଯ୍ୟ କରୁଥିବା ଶ୍ରମିକ ମାନଙ୍କ ହାଜିରା। ଯାହାକି ଉପରୋକ୍ତ କାର୍ଯ୍ୟରେ ଅପଲୋଡ଼ ହୋଇଥିବା ଫଟୋ ସହିତ ଶ୍ରମିକମାନଙ୍କ ନାମ। ଏହାକୁ ନେଇ ବ୍ଲକ ଗୋଷ୍ଟୀ ଉନ୍ନୟନ ଅଧିକାରୀ ଜନ୍ମୋଜୟ ସ୍ୱାଇଁଙ୍କୁ ପଚାରିବାରୁ ଚିହିଁକି ଯାଇ ଲିଖିତ ଅଭିଯୋଗ କରନ୍ତୁ ବୋଲି ପ୍ରକାଶ କରିଥିଲେ। ଏହିଭଳି ଅନେକ ପଞ୍ଚାୟତରେ ମହାତ୍ମା ଗାନ୍ଧୀ ଜାତୀୟ କର୍ମ ନିଯୁକ୍ତି ଯୋଜନାରେ ହୋଇଛି ଦୁର୍ନୀତି। ଏହାର ଭିଜିଲାନ୍ସ ତଦନ୍ତ ହେବା ଜରୁରୀ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି।

Leave a Reply

Your email address will not be published. Required fields are marked *