କେସିଙ୍ଗା ମହାବିଦ୍ୟାଳୟ ରେ ବିଶ୍ବ ଏଡସ୍ ଦିବସ ପାଳିତ

କେସିଙ୍ଗା -୧/୧୨ ଆଜି କେସିଙ୍ଗା ମହାବିଦ୍ୟାଳୟରେ କଲେଜର ଅଧ୍ୟକ୍ଷ ସୁଶାନ୍ତ କୁମାର ପାଢୀଙ୍କ ଅଧ୍ୟକ୍ଷତାରେ ବିଶ୍ବ ଏଡସ୍ ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଅଧ୍ୟକ୍ଷ ଶ୍ରୀ ପାଢୀ ଏହି ମାରାତ୍ମକ ଏଡସ୍ ରୋଗର ଭୟାଭୟତା ଓ ଏହାର ନିୟନ୍ତ୍ରଣ ଉପରେ ଛାତ୍ରଛାତ୍ରୀ ମାନଙ୍କୁ ବୁଝାଇଥିଲେ। ଏହି ଉପଲକ୍ଷେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଡାକ୍ତର ଝସକେତନ ସାହୁ ଯୋଗ ଦେଇ ଏଡସ୍ ରୋଗ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ୟୁଥ୍ ରେଡକ୍ରସ ଓ ରେଡ ରିବନ୍ ସେଲ୍ କାଉନସିଲର ଅଧ୍ୟାପକ ଉମେଶ ଚନ୍ଦ୍ର ମାଝୀ ଧନ୍ୟବାଦ ଅର୍ପଣ କରିଥିଲା ବେଳେ ଅଧ୍ୟାପକ ରମେଶ ଚନ୍ଦ୍ର ବାରିକ ମଞ୍ଚ ପରିଚାଳନା କରିଥିଲେ। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାର କୣତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ୟୁଥ୍ ରେଡକ୍ରସ ଓ ରେଡ୍ ରିବନ୍ ସେଲ୍ ଦ୍ବାରା ଆୟୋଜିତ କରାଯାଇଥିଲା।

Leave a Reply

Your email address will not be published. Required fields are marked *