ସମଲେଶ୍ୱରୀ ହାଇସ୍କୁଲ, କୁଣ୍ଡାବନ୍ଧର ପ୍ରଧାନଶିକ୍ଷକ ଙ୍କ ଦବଙ୍ଗଗିରୀ

କେସିଙ୍ଗା – ୧୬/୭ ପୂର୍ବତନ ବିଜେଡି ସରକାର ରାଜ୍ୟର ସମସ୍ତ ହାଇସ୍କୁଲ ଗୁଡିକୁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ୫ଟିରେ ରୂପାନ୍ତରିତ କରି ବାହାରକୁ ଚକାଚକ୍ ଭିତର ଫମ୍ପା ଭଳି କାର୍ଯ୍ୟ କରିଥିଲେ। ଏଥିଯୋଗୁଁ ଏହି କାମରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ସାଧାରଣରେ ଆଲୋଚନା ହେଉଥିଲା। ଏହାର ସତ୍ୟାସତ୍ୟ ଜାଣିବା ପାଇଁ ଜନୈକ ଗଣମାଧ୍ୟମ ପ୍ରତିନିଧି ୨୦୨୨-୨୩ ଓ ୨୦୨୩-୨୪ ଆର୍ଥିକ ବର୍ଷରେ ଯେଉଁସବୁ ହାଇସ୍କୁଲ ୫ଟିରେ ରୂପାନ୍ତରିତ ହୋଇଥିଲା, ସେସବୁ ସ୍କୁଲ କାର୍ଯ୍ୟ ଉପରେ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମାଗିଥିଲେ। ମିଳିଥିବା ତଥ୍ୟ ଅନୁସାରେ କେତେକ ହାଇସ୍କୁଲର ପାସ୍ ବୁକ୍ ସହିତ କ୍ୟାସ୍ ବୁକ୍ ର ହିସାବ ମେଳ ଖାଉନଥିବା ବେଳେ କିଏ ଖାଲି ପାସ୍ ବୁକ୍ ଦେଇଛି ତ କ୍ୟାସ୍ ବୁକ୍ ଦେଇନି। ସେହିପରି କିଏ କ୍ୟାସ୍ ବୁକ୍ ଦେଇଛି ତ କିଏ ପାସ୍ ବୁକ୍ ଦେଇନଥିବା ତଥ୍ୟରେ ଦେଖିବାକୁ ମିଳିଛି। ଏଥିସହିତ ସାମଗ୍ରୀ କିଣାରେ ମଧ୍ୟ ବ୍ୟାପକ ହେରଫେର କରାଯାଇଥିବା ଅନୁମାନ ହେଉଛି। ତେବେ ଆରଟିଆଇରେ ସମସ୍ତ ହାଇସ୍କୁଲର କ୍ୟାସ୍ ବୁକ୍ ଓ ପାସ୍ ବୁକ୍ ର ତଥ୍ୟ ମଗାଯାଇଥିଲା ବେଳେ ସମଲେଶ୍ୱରୀ ହାଇସ୍କୁଲ, କୁଣ୍ଡାବନ୍ଧ କେବଳ ଗୋଟିଏ ପୣଷ୍ଠା ପାସ୍ ବୁକ୍ ଦେଇଛନ୍ତି। ଯେଉଁଥିରେ କି ୨୫. ୪ ୨୧ ରୁ ୧୭. ୩. ୨୦୨୩ ରିଖ ପର୍ଯ୍ୟନ୍ତ ହିସାବ ରହିଛି। ଏନେଇ ସମଲେଶ୍ୱରୀ ହାଇସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ପଚାରିବାରୁ, ମୁଁ କିଏ ମୋତେ ତମେ ମୋତେ ଚିହ୍ନିନାହଁ। ମୁଁ କଳାହାଣ୍ଡି ଜିଲ୍ଲା ଓସ୍ତାର ଜିଲ୍ଲା ସଭାପତି। ମୋ ସହିତ ଦେଖିଚାହିଁ କଥା ହୁଅ। ମୋତେ ପଚାରିବା ପାଇଁ ତମେ କିଏ? କାହିଁକି ପଚାରୁଛ? ମୋତେ ଆରଟିଆଇ ଯେତିକି ମଗାଗଲା, ସେତିକି ଦେଇଛି। କିନ୍ତୁ ବିଇଓ ଆନନ୍ଦ କୁମାର ବେହେରା ପ୍ରଥମରୁ ଉକ୍ତ ଗଣମାଧ୍ୟମ କହିଥିଲେ ଯେ ତୁମେ ଯାହା ଯାହା ମାଗିଥିଲ, ସେହି ଅନୁସାରେ ସବୁ ସ୍କୁଲକୁ ଚିଠି କରିଦେଇଛି। ତେବେ ଏଠାରେ ପ୍ରଶ୍ନ ଉଠୁଛି, ଯଦି ସମଲେଶ୍ୱରୀ ହାଇସ୍କୁଲ, କଣ୍ଡାବନ୍ଧର ପ୍ରଧାନ ଶିକ୍ଷକ ଯଦି ସ୍ବଚ୍ଛ ଅଛନ୍ତି, ତେବେ ଖବର ଲେଖା ହେବା ସୁଦ୍ଧା ଅବଶିଷ୍ଟ ପାସ୍ ବୁକ୍ ର ନକଲ ଓ କ୍ୟାସ୍ ବୁକ୍ ର ନକଲ ଦେଇନଥିବା ବିଇଓ ଶ୍ରୀ ବେହେରା ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *