ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ଥର କଳାହାଣ୍ଡି ଜିଲ୍ଲା ଗସ୍ତକୁ ନେଇ ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

ଭବାନୀପାଟଣା- ୨୮/୩ ଆସନ୍ତା ୩୦ ତାରିଖରେ କଳାହାଣ୍ଡି ଜିଲ୍ଲାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଥମ ଥର ଗସ୍ତ କରି ଅନ୍ତୋଦୟ ଗୃହ ଯୋଜନାର ଶୁଭାରମ୍ଭ କରିବାର କାର୍ଯକ୍ରମ ରହିଛି । ସ୍ଥାନୀୟ କ୍ରୀଷ୍ଣା ନଗର ପଡ଼ିଆ ଠାରେ ସକାଳ ୧୦ ଟା ସମୟ ରୁ କାର୍ଯ୍ୟକ୍ରମ ଆରମ୍ଭ ହେବ। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ ସହ ପଞ୍ଚାୟତରାଜ ମନ୍ତ୍ରୀ ରବି ନାରାୟଣ ନାଏକ ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହି ସଭାରେ ୨୫ ହଜାର ଜନସମାଗମ ହେବାର ଆକଳନ ରହିଛି। ଅନ୍ତୋଦୟ ଗୃହ ଯୋଜନା ଶୁଭାରମ୍ଭ ପାଇଁ କଳାହାଣ୍ଡିଙ୍କୁ ଚୟନ କରାଯାଇଛି। ଯାହାଫଳରେ ଜିଲ୍ଲାବାସୀଙ୍କ ଉତ୍ସାହ ବଢିଛି। ନିଜସ୍ବ ପାଣ୍ଠି ୭୫୦୦ କୋଟି ଅନୁଦାନ ଥିଲାବେଳେ ସାରା ରାଜ୍ୟରେ ୫୦ ହଜାର ହିତାଧିକାରୀଙ୍କୁ ଘର ଯୋଗାଇବା ପାଇଁ ଲକ୍ଷ୍ୟ ରହିଛି।ସମାଜର ଶେଷ ଧାଡ଼ି ଲୋକଙ୍କ ପାଖରେ ଆବାସ ପହଞ୍ଚାଇବାର ଲକ୍ଷ୍ୟ ରହିଛି। ଜିଲ୍ଲା ବିଜେପି ପକ୍ଷରୁ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ଜିଲ୍ଲା ସଭାପତି ଯୁଗଳ କିଶୋର ପୋଡ଼, ଧର୍ମଗଡ ବିଧାୟକ ସୁଧିର ପଟ୍ଟଯୋଷୀ, ପୂର୍ବତନ ବିଜେପି ସଭାପତି ଆର୍ତ୍ତତ୍ରାଣ ମହାପାତ୍ର, ବିଜେପି ଉପସଭାପତି ପ୍ରଶାନ୍ତ ସାହୁ, ଦେବେନ୍ଦ୍ର ମହାନ୍ତି, ଭବେନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *