ପିଡବ୍ଲୁଡି ବିଭାଗ ଦ୍ବାରା ହୋଇଥିବା ରାସ୍ତା ପିଚୁକାମ ୧୩ ଦିନ ପରେ ଉଠିଲା ପିଚୁ


କେସିଙ୍ଗା-୨୮/୧୧ କେସିଙ୍ଗା ଆଦର୍ଶ ବିଦ୍ୟାଳୟକୁ ଦୀର୍ଘବର୍ଷ ହେଲା ଖଣ୍ଡିଏ ଭଲ ରାସ୍ତା ନଥିବାରୁ ଗମନାଗମନରେ ହଇରାଣ ହେଉଥିଲେ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଓ ଅଭିଭାବକ। ଏନେଇ ନେଇ ବିଭିନ୍ନ ଗଣମାଧ୍ୟରେ ମଧ୍ୟ ରାସ୍ତାର ଶୋଚନୀୟ ଅବସ୍ଥା ବିଷୟରେ ଖବର ପ୍କକାଶିତ ହେବା ସହିତ ସ୍ଥାନୀୟ ଲୋକ ତଥା ଅଭିଭାବକମାନେ ଅଭିଯୋଗ କରି ଆସୁଥିଲେ। ଜିଲ୍ଲାପାଳ ଏହି ରାସ୍ତା ଦେଇ ଅନେକେ ଥର ଓଡିଶା ଆଦର୍ଶ ବିଦ୍ୟାଳୟ ଯାଉଥିବା ବେଳେ ସମସ୍ୟା ଦେଖୁ ଅନୁଭବ କରିଥିଲେ। ଜିଲ୍ଲାପାଳ ପୂର୍ତ୍ତ ବିଭାଗ ମୂଖ୍ୟଯନ୍ତ୍ରୀଙ୍କୁ ଏହି ରାସ୍ତା ନିର୍ମାଣ ପାଇଁ ପ୍ରସ୍ତାବ ଦେଇଥିଲେ। ଚଳିତ ନଭେମ୍ବର ମାସ ୧୫ ତାରିଖ ଦିନ କାର୍ଯ୍ୟ ସମାପ୍ତି ପରେ ପିଡବ୍ଲୁଡି ବିଭାଗ ଯନ୍ତ୍ରୀ ବିଷ୍ଣୁ ପ୍ରସାଦ କର ନିଜେ ଠିଆ ହୋଇ ଫଟୋ ଉଠାଇ କିଛି ଗଣମାଧ୍ୟମରେ ବର ପ୍ରକାଶିତ କରିଥିଲେ। ଦୀର୍ଘଦିନ ଅପେକ୍ଷା ପରେ ରାସ୍ତା ନିର୍ମାଣ ହୋଇ ଥିବାରୁ ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ର ମାନେ ଖୁସି ବ୍ୟକ୍ତ କରିଥିଲେ। ମାତ୍ର ୧୨ ଦୀନ ନପୁରୁନୁ ପିଚୁ ଉଠିବା ଓ ରାସ୍ତା କଡ଼ରେ ମୁରୁମ୍ କିମ୍ବା ମାଟି ନ ପଡ଼ିବା ନେଇ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମାନରେ ପୂର୍ତ୍ତ ବିଭାଗ କାର୍ଯ୍ୟ ନିମ୍ନମାନର ହେବା ଯୋଗୁଁ ଯୋଗୁଁ ରାସ୍ତା ଉପରୁ ଠାଏ ଠାଏ ପିଚୁ ଉଠିବା ନେଇ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି। ଏହାକୁ ନେଇ ଯନ୍ତ୍ରୀ ଶ୍ରୀ କରଙ୍କୁ ଫୋନ ଯୋଗେ ତାଙ୍କର ମତାମତ ନେବା ପାଇଁ ଚେଷ୍ଟା କରାଯାଇଥିଲେ ହେଁ ସେ ଫୋନ ଉଠାଇନଥିଲେ। ଏହା ପରେ କେସିଙ୍ଗା ଦାୟିତ୍ଵରେ ଥିବା ଏସଡିଓ ଶବର ବାବୁଙ୍କୁ ଯୋଗାଯୋଗ କରି ରାସ୍ତା ବିଷୟରେ ପଚାରିବାକୁ କନିଷ୍ଠ ଯନ୍ତ୍ରୀ ଙ୍କ ସହ କଥା ହୋଇ ଅବଗତ କରିବେ ବୋଲି କହିଥିଲେ। କିଛି ସମୟ ପରେ ଯନ୍ତ୍ରୀ କର ବାବୁ ଫୋନ କରି କହିଥିଲେ ଯେ ମୂଖ୍ୟ ରାସ୍ତାରୁ ଏହି ରାସ୍ତା ସଂଯୋଗ ରହିଛି। ଭାରିଯାନ ଚଳାଚଳ କରୁଥିବରୁ କିଛି ରାସ୍ତା ଖରାପ ହୋଇଯାଇଥିବ ବୋଳି ପ୍ରକାଶ କରିଛନ୍ତି। ଯଦି ରାସ୍ତା ନିର୍ମାଣର ୧୩ ଦିନ ପରେ ରାସ୍ତା ପିଚୁ ଉଠିବା ଆରମ୍ଭ ହେଲାଣି ଆଗକୁ ରାସ୍ତାର ସ୍ଥାୟୀତ୍ବ ନେଇ ସାଧାରଣରେ ଆଶଙ୍କା ପ୍ରକାଶ ପାଇଲାଣି। ଏହାର ଭିଜିଲାନ୍ସ ତଦନ୍ତ ହେବା ଦରକାର ବୋଳି ଅଭିଭାବକ ମାନେ ଦାବୀ କରୁଛନ୍ତି। ସତରେ କେସିଙ୍ଗା ପୂର୍ତ୍ତ ବିଭାଗ ଯନ୍ତ୍ରୀ ବିଷ୍ଣୁ ପ୍ରସାଦ କର ଓ ଠିକାଦାର ମିଳିତ ଭାବାରେ ନିମ୍ନ ମାନର ନିର୍ମାଣ କାର୍ଯ୍ୟ କରି ଆତ୍ମସାତ କରିନାହାନ୍ତି ତ? ଅନ୍ୟପକ୍ଷେ ସ୍ଥାନୀୟ ଷ୍ଟେସନ ପଡାରେ ବିଭାଗର ଏକ କାର୍ଯ୍ୟାଳୟ ଥିଲେ ହେଁ କନିଷ୍ଠ ଯନ୍ତ୍ରୀ କେବେ ଆସନ୍ତି ଓ ଯାଆନ୍ତି ତାହା ଜନସାଧାରଣଙ୍କୁ ଅଗୋଚର। ଏଥିପ୍ରତି ଜିଲ୍ଲାପାଳ ଦୣଷ୍ଟି ଦେବାକୁ ଦାବି ହେଉଛି।

Leave a Reply

Your email address will not be published. Required fields are marked *