
ଭବାନୀପାଟଣା:-୨୯/୧୧ ମା ଗାୟତ୍ରୀ ଏଜୁକେସନାଲ୍ ଟ୍ରଷ୍ଟ ଦ୍ୱାରା ପରିଚାଳିତ ଶାସ୍ତ୍ରୀଜୀ ଶିକ୍ଷା ନିକେତନରେ ୨୦୨୫-୨୬ ଶିକ୍ଷାବର୍ଷ ପାଇଁ ଚତୁର୍ଦ୍ଦଶ ବାର୍ଷିକ କ୍ରୀଡ଼ା ସମାରୋହ ସଫଳତାର ସହିତ ଆୟୋଜିତ ହୋଇଯାଇଛି। ଏହି ତ୍ରିଦିବସୀୟ କ୍ରୀଡ଼ା ସମାରୋହ ଗତ ୨୭ ତାରିଖ ପୂର୍ବାହ୍ନରୁ ଉଦଘାଟିତ ହୋଇ ୨୯ ତାରିଖ ସନ୍ଧ୍ୟାରେ ସମାପ୍ତ ହୋଇଛି।କ୍ରୀଡ଼ା ସମାରୋହର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶୈଲେନ୍ଦୁ ଶେଖର ମହାପାତ୍ର ଓ ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ଏସସିଇଆରଟି ଲେଖକ ଝସକେତନ ପ୍ରଧାନ ଅଂଶଗ୍ରହଣ କରିଥିଲେ। ସଭାପତିତ୍ବ କରିଥିଲେ ବିଦ୍ୟାଳୟର ନିର୍ଦ୍ଦେଶକ ଶ୍ରୀଯୁକ୍ତ ପରମାନନ୍ଦ ନନ୍ଦ । କ୍ରୀଡ଼ା ସମାରୋହରେ ବିଭିନ୍ନ ଶ୍ରେଣୀର ଛାତ୍ରଛାତ୍ରୀମାନେ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ରେ ଅଂଶଗ୍ରହଣ କରିଥିଲେ। ଅନୁଷ୍ଠାନର ନିର୍ଦ୍ଦେଶକ ପରମାନନ୍ଦ ନନ୍ଦଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭବାନୀପାଟଣା ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଆଚାରି ଶବର ଏବଂ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ହୃଷୀକେଶ ନାଏକ,ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରବୀନ୍ଦ୍ର ପଟ୍ଟନାୟକ , ଶ୍ରୀଯୁକ୍ତ କଳ୍ପେଶ୍ୱର୍ ପୁରୋହିତ ,ସି ଆର ସି ସି ବିଶ୍ୱଜିତ୍ ରାୟ ,ସି ଆର ସି ସି ପୂର୍ଣ୍ଣଚନ୍ଦ୍ର ନେଗୀ , କ୍ରୀଡାବିତ୍ ଶ୍ରୀଯୁକ୍ତ ଜଳେଶ୍ଵର ଗଉଡ, ଶାସ୍ତ୍ରିଜୀ ମଡେଲ ସ୍କୁଲ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ଉଗ୍ରସେନ ସାହୁ ଉପସ୍ଥିତ ଥିଲେ। ବିଦ୍ୟାଳୟର ଉପାଧ୍ୟକ୍ଷ ଶ୍ରୀଯୁକ୍ତ ମିହିର କୁମାର ଭୋଇ ସ୍ଵାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଟ୍ରଷ୍ଟି ମେମ୍ବର ସପ୍ନା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ସଭା ପରିଚାଳନା କରିଥିଲେ ଶ୍ରୀମତୀ ସାବିତ୍ରୀ ମହାରଣା ଓ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟତ୍ରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଏହି ଅବସରରେ ଅତିଥିମାନେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିବା ସଙ୍ଗେ ସଙ୍ଗେ ସ୍ପୋର୍ଟସ ଚମ୍ପିୟନ ଭାବରେ ଡକଶେସ ପଟେଲଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
