
କେସିଙ୍ଗା-୧୩/୧ ଗତକାଲି କେସିଙ୍ଗାର କିଛି ଯୁବଗୋ୍ଷ୍ଠୀ ଓ କଂଗ୍ରେସ ଦଳର ବହୁ ବୁଦ୍ଧିଜୀବୀ ସ୍ଥାନୀୟ ରାଜପଥ ନିର୍ବାହୀ ଅଧିକାରୀ୍କୁ ସାକ୍ଷାତ କରି କେସିଙ୍ଗାରେ ବାଇପାସ ରାସ୍ତା ନିର୍ମାଣ ପାଇଁ ଦାବି କରିଛନ୍ତି। କେସିଙ୍ଗାରେ ଏବେ ରେଳବାଇ ସୁଉଚ୍ଚ ପୋଲ ନିର୍ମାଣ ଚାଲୁଥିବା ବେଳେ ତାହାର ରାସ୍ତା ଶେଷ ହୋଇଛି ସହରର ମଝିଆ ମଝି। ଯାହାକି ତାପରେ ରହିଛି ପାୟଲ ବାସ ଭବନ, ପେଟ୍ରୋଲ ପମ୍ପ, ସରସ୍ବତୀ ଇତ୍ୟାଦି ଇତ୍ୟାଦି। ଏଣୁ ଆଗାମୀ ଦିନରେ ସହରବାସୀଙ୍କ ପାଇଁ ବିପଦ ସୃଷ୍ଟିର କାରଣ ହୋଇ ପାରେ। ତେଣୁ ସହରବାସୀ ବାଇପାସ ନିର୍ମାଣପାଇ ଦାବି କରି ଆସୁଛନ୍ତି । ଯଦି ସହରବାସୀଙ୍କ ଏହି ଦାବି ପୂରଣ ନହୁଏ, ତା ହେଲେ ହେବାକୁ ଥିବା ଚତୁର୍ଥ ଲାଇନ ରାସ୍ତା ର ସର୍ଭେ କାର୍ଯ୍ୟକୁ ବିରୋଧ କରାଯିବ ବୋଲି କୁହାଯାଇଛି । ଯୁଵ ନେତା ସୁରେଶ ରାଓଙ୍କ ନେତୃତ୍ୱରେ ଦେବେନ୍ଦ୍ର ଭୁଜବଳ, ଦାୟସାଗର ସାହା, ରମାକାନ୍ତ ଜେନା, ନଳୀନ ପଟ୍ଟନାୟକ, ସୁରେଶ ମହାନନ୍ଦ, ରାମଲାଲ ସୁନାମୀ ନେହେରୁ ସୁନାନୀ, କଳାକାହ୍ନୁ ସାହା,ଛୋଟୁ ଖାନ ପ୍ରମୁଖ ଦାବିପତ୍ର ପ୍ରଦାନ କରିଥିଲେ ।