କେସିଙ୍ଗା – ୮/୧୨ ଗତ ୨ ତାରିଖରେ ଦୁଇଜଣ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ଏବଂ ଜଣେ ଦୀର୍ଘକାଳୀନ ପାଚୀକାଙ୍କୁ ସ୍କୁଲ ପରିଚାଳନା କମିଟୀର ବିନା ରେଜୁଲେସନରେ କାର୍ଯ୍ୟରୁ ବାହାର କରିଦେବା ଓ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ଶୌଚାଳୟକୁ ତାଲା ମାରି ରଖିବା ଶିକ୍ଷୟତ୍ରୀଙ୍କୁ ପଡିଛି ମହଙ୍ଗା। ଶିକ୍ଷୟତ୍ରୀଙ୍କ ଏଭଳି କାଣ୍ଡ ନେଇ ଗତ ୩ ତାରିଖରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ପରେ କେସିଙ୍ଗା ବ୍ଲକ ଶିକ୍ଷାଧିକାରୀ ଆନନ୍ଦ କୁମାର ବେହେରା ଏହାର ତଦନ୍ତ ପାଇଁ ଏକ କମିଟୀ ଗଠନ କରିଥିଲେ। କମିଟୀ ଉକ୍ତ ସ୍କୁଲକୁ ଯାଇ ଘଟଣାର ତଦନ୍ତ କରି ବିଇଓ ଶ୍ରୀ ବେହେରାଙ୍କୁ ଏକ ରିପୋର୍ଟ ଦେଇଥିଲେ। ତଦନ୍ତ ରିପୋର୍ଟକୁ ଆଧାର କରି ଉକ୍ତ ଶିକ୍ଷୟତ୍ରୀଙ୍କ ନିକଟକୁ ଏକ ସୋ କଜ୍ ନୋଟିସ ପଠାଇ ଚିଠି ନଂ ୩୦୮୭ ତା. ୮.୧୨.୨୫ ରିଖରେ କିକିଆ ପଞ୍ଚାୟତର ଡୁମେରମୁଣ୍ଡା ସରକାରୀ ଉପ୍ରା ବିଦ୍ୟାଳୟକୁ ଡେପୁଟେସନରେ ପଠାଇଥିବା ଜଣାଯାଇଛି।