ନିଆଁଲାଗି ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ

କେସିଙ୍ଗା-୫/୧୨ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କନ୍ତେଶିର ଗ୍ରାମ ପଞ୍ଚାୟତର ତହଁଶିର ଗାଁରେ ଥିବା ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରେ ଅପରାହ୍ନ ସାଢେ଼ ତିନିଟା ସମୟରେ କୌଣସି କାରଣ ରୁ ନିଆଁ ଲାଗି ଯାଇଥିବା ଜଣାପଡିଥିଲା ।
ସୂଚନା ମୁତାବକ ନିଆଁ ଲାଗିବାର ର କିଛି ସମୟ ପୂର୍ବରୁ ଏଠାରେ ଏକ ସରକାରୀ ମିଟିଂ ଚାଲିଥିଲା । ନିଆଁରେ ଦୁଇଟି ଲାପଟପ୍ , ଗୋଟିଏ ପ୍ରିଣ୍ଟର , ଦୁଇଟି ଫ୍ରିଜ୍, ଛ ଗୋଟି ଆଳମିରା, ଦୁଇଟି ବେଡ୍ ଓ ଅନ୍ୟାନ୍ୟ କାଗଜ ପତ୍ର ଜଳି ଯାଇଥିବା ସୂଚନା । ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଥିବା ବେଳେ ଦୁଇଟି ନିଆଁଲିଭା ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରୁଥିବା ସୂଚନା ରହିଛି । ଦେଖଣାହାରୀ ସାଜି ଦେଖୁଥିଲେ ଲୋକେ।

Leave a Reply

Your email address will not be published. Required fields are marked *