କର୍ଲାମୁଣ୍ଡା- ୨୫/୧୨:କଳାହାଣ୍ଡିଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଷିଡା ଏସ୍ଏଚ୍ଜି ଦ୍ବାରା ପରିଚାଳିତ ମଣ୍ଡିରେ ଶହଶହ କୁଇଣ୍ଟାଲ ଧାନ ପଡିରହିଥିବା ଦେଖାଯାଇଛି। ମିଲର୍ସମାନେ ଟ୍ରକ ଠିକ୍ ଭାବରେ ପଠାଉନଥିବାରୁ ଏପରି ଅଚଳାବସ୍ଥା ରହୁଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଚାଷୀମାନେ କୁଇଣ୍ଟାଲ ପିଛା ୫କିଲୋ ସହ ବସ୍ତା ପ୍ରତି କେଜିଏ ଧାନଦେବାକୁ ସମ୍ମତ ହୋଇଥିଲେ ବି ମିଲର୍ସଙ୍କ ମନମାନି ହେତୁ ଧାନ ଉଠୁନଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଚାଷୀ କେତେଦିନ ଆଉ ପୋଷଣ କରିବ ଓ କେତେଦିନ ଯାଏ ଶୀତକାକରରେ ଶୁଆଇବ ବୋଲି ଆଲୋଚନା ହେଉଛି।