ବୣନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ୨୭ ଓ ୨୮ ରେ ବୁଢା ଡଙ୍ଗର ଲୋକମହୋତ୍ସବ

କେସିଙ୍ଗା – ୨୪/୧୨ ଆଜି ସ୍ଥାନୀୟ ବୣନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ ପରିସରରେ ୨୭ ଓ ୨୮ ତାରିଖ ଦୁଇଦିନ ଧରି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ସମ୍ଭାର ବୁଢା ଡଙ୍ଗର ଲୋକ ମହୋତ୍ସବ ପାଳନ କରାଯିବ ବୋଲି ଅନୁଷ୍ଠାନର ସଭାପତି ସୁଶାନ୍ତ କୁମାର ମହାପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଏହି ଦୁଇଦିନ ଧରି କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ରାଜନୈତିକ ବ୍ୟକ୍ତି ଓ ବଲିଉଡ ଏବଂ ଓଲିଉଡ଼ କଳାକାରଙ୍କ ସହିତ ଅନ୍ୟାନ୍ୟ ଲୋକକଳା ସାଂସ୍କୃତିକ କାର୍ଯ୍ୟମାନ ପରିବେଷଣ କରାଯିବାର ବ୍ୟବସ୍ଥା ରହିଛି। ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ଓଡିଶୀ ନୣତ୍ୟ, ଲୋକ ନୣତ୍ୟ, ସମ୍ବଲପୁରୀ ନୣତ୍ୟ, ବଜାଶାଲ, ଢାପ ନୣତ୍ୟ, ଛଉ ନୣତ୍ୟ, ଆଦି ନୣତ୍ୟ ସହିତ ମୁମ୍ବାଇର ଜାତୀୟ ହାସ୍ୟ ଅଭିନେତା ଜୁନିଅର ରାଜୁ ଶ୍ରୀବାସ୍ତବ, ବଲିଉଡ କଣ୍ଠଶିଳ୍ପୀ ଶ୍ରୀ ଆଶ୍ରୀ ( ମୁମ୍ବାଇ ). ଓଲିଉଡ଼ ସିନେ କଳାକାର ପୁପିନ୍ଦର ସିଂ, କଣ୍ଠଶିଳ୍ପୀ ମନଶ୍ବିନୀ, ରୋଜାଲିନ ଏବଂ ଜେମ୍ସ ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଶେଷରେ ଅନୁଷ୍ଠାନର ସଂମ୍ପାଦକ ଅକ୍ଷୟ କୁମାର ଦାସ ଧନ୍ୟବାଦ ଦେଇଥିଲେ।

Leave a Reply

Your email address will not be published. Required fields are marked *