କେସିଙ୍ଗା- ୨୪/୩ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅଧିନସ୍ଥ ଚାଞ୍ଚେର ଓ ଉତ୍କେଳା ପଞ୍ଚାୟତର ପୂର୍ବତନ ପିଇଓ ଲମ୍ବୁ ଶିଖା ଦେଢ଼ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଦୁର୍ନୀତି କରିଥିବା ନେଇ ହାଟରେ ପଡ଼ି ଦାଣ୍ଡରେ ଗଡୁଛି। ଏନେଇ କଳାହାଣ୍ଡି ଭିଜିଲାନ୍ସ ବିଭାଗ ପକ୍ଷରୁ ଆଜି ମୈ।ଖିକ ଭାବେ କେସିଙ୍ଗା ବ୍ଲକକୁ ଆସି ତଦନ୍ତ ଆରମ୍ଭ କରିଛି। ଏ ସଂପର୍କରେ କଳାହାଣ୍ଡି ଭିଜିଲାନ୍ସ ଡିଏସପି ପ୍ରଦୀପ କୁମାର ଆଇନ୍ଦୁଙ୍କୁ ପଚାରିବାରୁ ଲମ୍ବୁ ଶିଖା ବିଷୟରେ ତଦନ୍ତ କରିବାକୁ କେସିଙ୍ଗା ବ୍ଲକକୁ ଯାଇଥିଲି। ତେବେ ଜନୈକ ଗଣମାଧ୍ୟମ ପ୍ରତିନିଧିଙ୍କ ସୂଚନାନୁସାରେ ଆସନ୍ତା ୨/୩ ଭିତରେ ତଦନ୍ତ ହୋଇଥିବା ସମସ୍ତ କାଗଜପତ୍ର ମାଗିଛୁ। ସେ କାଗଜପତ୍ର ତନଖି କରି ସାରିବା ପରେ ଯାହା ପଦକ୍ଷେପ ନେବୁ ବୋଲି କହିଥିଲେ।