ଉତ୍କେଳା ଗ୍ରା.ପ ର ପୂର୍ବତନ ପିଇଓଙ୍କ ଆଉ ଏକ ଦୁର୍ନୀତି ର ତଦନ୍ତ କରିବାକୁ ଦାବି

କେସିଙ୍ଗା-୨୫/୩ କେସିଙ୍ଗା ବ୍ଲକ ଅଧିନସ୍ଥ ଉତ୍କେଳା ପଞ୍ଚାୟତର ପୂର୍ବତନ ପିଇଓ ଲମ୍ବୁ ଶିଖାଙ୍କ ନାମରେ ଆଉ ଏକ ଦୁର୍ନୀତିର ପର୍ଦ୍ଦାଫାଶ ହେବାକୁ ଯାଉଛି। ମିଳିଥିବା ସୂଚନାରୁ ପ୍ରକାଶ ଯେ ୨୦୨୩-୨୪ ଆର୍ଥିକ ବର୍ଷରେ ଉତ୍କେଳା ଜଗନ୍ନାଥ ପଡ଼ାରେ ଡ୍ରେନ ନିର୍ମାଣ ପାଇଁ ୧୫ଦଶ ସିଏଫସି ଫଣ୍ଡରୁ ୨ଲକ୍ଷ ୫୦ହଜାର ୨୭୯ ଟଙ୍କା ମଞ୍ଜୁର ହୋଇଥିଲା। ଏହା ଡିପାର୍ଟମେଣ୍ଟାଲ କାମ ହୋଇଥିଲା ବେଳେ ଏଥିପାଇଁ ୨ବର୍ଷ ତଳେ ଏକ ସୂଚନା ଫଳକ ଲଗାଯାଇଛି, ହେଲେ ଆଜିଯାଏ ଡ୍ରେନ ନିର୍ମାଣ ହୋଇପାରିନାହିଁ ବୋଲି ସ୍ଥାନୀୟ ବାସିନ୍ଦାମାନେ ଅଭିଯୋଗ କରିଛନ୍ତି। ସୂଚନା ଫଳକରେ କାର୍ଯ୍ୟ ଆରମ୍ଭ ଓ ଶେଷ ଦିବସ ଉଲ୍ଲେଖ ନାହିଁ। ଏକ ଅସମର୍ଥିତ ସୂତ୍ରରୁ ପ୍ରକାଶ ଯେ ଏହି କାମ ପାଇଁ ପୂର୍ବତନ ପିଇଓ ଲମ୍ବୁ ଶିଖାଙ୍କ ସମୟରେ ୧୫ଦଶ ସିଏଫସି ଫଣ୍ଡରୁ ଅର୍ଥ ମଞ୍ଜୁର ହୋଇଥିଲା କି ନାହିଁ ଓ କାହିଁକି ନିର୍ମାଣ ହୋଇନାହିଁ ତାହା ତଦନ୍ତ ସାପେକ୍ଷ। ଭିଜିଲାନ୍ସ ବିଭାଗ ଏହାର ତଦନ୍ତ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *