ଶିଶୁ ବିଦ୍ୟାମନ୍ଦିର ପକ୍ଷରୁ ଜେଜେମା ଓ ଜେଜେବାପା ସମ୍ମିଳନୀ

ଭବାନୀପାଟଣା-୧/୩ ସ୍ଥାନୀୟ ଭବାନୀପାଟଣା ସ୍ଥିତ ସରସ୍ବତୀ ଶିଶୁଵିଦ୍ୟାମନ୍ଦିର ବ୍ରଜବିହାରର ଶିଶୁ ବାଟିକା ବିଭାଗର ଜେଜେବାପା ଓ ଜେଜେମା ସମ୍ମିଳନୀ ଗତ ତା ୨୮. ୦୨. ୨୦୨୬ ରେ ପ୍ରଧନାଚାର୍ଯ୍ୟ ଶ୍ରୀ ମନୋଜ କୁମାର ମୁଣ୍ଡଙ୍କ ତତ୍ୱାବଧାନରେ ପରିଚାଳିତ ହୋଇଥିଲା ଏବଂ ଦାୟିତ୍ୱ ନେଇଥିଲେ ବାଟିକା ପ୍ରମୁଖ ଶ୍ରୀମତୀ ସୁକାନ୍ତି ଦାଶ। ପ୍ରାରମ୍ଭିକ ସଂଗୀତ ପରିବେଷଣ କରିଥିଲେ ବ୍ରଜ କଣ୍ଠଶିଳ୍ପୀ ବୃନ୍ଦ। ମୁଖ୍ୟଅତିଥି ଭାବେ ମଂଚାସୀନ ହୋଇଥିଲେ ଅବସରପ୍ରାପ୍ତ ସଂସ୍କୃତ ପଣ୍ଡିତ ଶ୍ରୀ ସୁରେନ୍ଦ୍ର କୁମାର ପତି,ସତ୍ୟସାଇ ସରକାରୀ ଉଚ୍ଚ ବିଦ୍ୟାଳୟ, ନୀଳକଣ୍ଠପୁର, ଯାଜପୁର। ସମ୍ମାନୀତ ଅତିଥି ପରିଚାଳନା କମିଟି ସଭାପତି ଶ୍ରୀ ପ୍ରମୋଦ କୁମାର ପଣ୍ଡା, ଅବସରପ୍ରାପ୍ତ ବିଜ୍ଞାନ ଶିକ୍ଷକ ମାଣିକେଶ୍ବରୀ ଉଚ୍ଚ ବିଦ୍ୟାଳୟ।ପରିଚୟ ପ୍ରଦାନ କରିଥିଲେ ବିଭାଗ ପ୍ରମୁଖ ଶ୍ରୀ ମନୋଜ କୁମାର ନାୟକ ଓ ମଞ୍ଚ ପରିଚାଳନା ଦାୟିତ୍ୱ ଥିଲା ଗୁରୁମା ସୁମତି ମୁଣ୍ଡ। ବର୍ତ୍ତମାନ ର ସମୟରେ ଜେଜେ ବାପା ଜେଜେମା ଓ ଶିଶୁ ର ସମ୍ପର୍କ କେତେ ନିବିଡ଼ ହେବା ଆବଶ୍ୟକ ଏବଂ ପରିବାର ମଧ୍ୟରେ ରେ ଜେଜେ ବାପା ଜେଜେମାଙ୍କ ଗୁରୁତ୍ୱ ରହିଲେ ଶିଶୁ ବହୁତ କିଛି ଶିଖିପାରିବେ ବୋଲି ପ୍ରଧାନଆଚାର୍ଯ୍ୟ ତାଙ୍କ ବକ୍ତବ୍ୟ ପ୍ରଦାନ କରିଥିଲେ। ମୁଖ୍ୟବକ୍ତା ଜରାଶ୍ରମ ର କଥା ଦୁଃଖର ସହ କହିଥିଲେ ଓ ସଂସ୍କାର, ଆଦର୍ଶବାଦ ଶିକ୍ଷା ଦେବା ପାଇଁଆଜିର ସମୟରେ ବାପା ମାଆ ପାଖରେ ସମୟ ନାହିଁ।ବର୍ତମାନ ନୈତିକ ଶିକ୍ଷାର ଓ ସ୍ନେହ ଢେର ଅଭାବ ରହୁଛି ଯାହା ପୂର୍ଣ୍ଣକରିପାରିବେ ଜେଜେମା ଜେଜେ ବାପା। ପରିବାର ରେ ବୟସ୍କ ମା ବାପାଙ୍କୁ ଅବହେଳା ନ କରାଯାଉ ଓ ସେମାନଙ୍କ ଉପସ୍ଥିତିର ଗୁରୁତ୍ୱ ଦିଆଯାଉ ବୋଲି ସଭାପତି ନିଜ ବକ୍ତବ୍ୟରେ କହିଥିଲେ। ଛୋଟ ଛୁଆ ତାର ଜେଜେ ସହ ବୁଲିଯିବାକୁ ଓ ଜେଜେମା ସହ ଗପ ଶୁଣିବାକୁ ଖୁବ ଭଲ ପାଏ। ଜେଜେବାପା ଓ ଜେଜେମା ମାନେ ନିଜ ନାତିନାତୁଣୀ ଙ୍କ ଭଲ ପାଇବାକୁ ନେଇ କଥା ରଖିଥିଲେ। ବାଟିକା ପ୍ରମୁଖ ଆଜିର ଦିବସର ଗୁରୁତ୍ୱ କେତେ ରହିଛି ପରିବାର ମଧ୍ୟରେ ତାହା ଉପସ୍ଥାପନା କରିଥିଲେ। ଶିଶୁ ବାଟିକାର କୁନି କୁନି ଛୁଆ ଶେଷରେ ନୃତ୍ୟ ପରିବେଷଣ କରିଥିଲେ। ଅନୁଷ୍ଠାନ ର ଗୁରୁଜୀ ଗୁରୁମା ସେବକ ଓ ସେବିକାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇପରିଥିଲା। ଶେଷରେ ଧନ୍ୟବାଦ ଦେଇଥିଲେ ଶ୍ରୀ ସୁଶାନ୍ତ କୁମାର ବାରିକ।

Leave a Reply

Your email address will not be published. Required fields are marked *