କେସିଙ୍ଗାରେ ବାଇପାସ୍ ନିର୍ମାଣ ଓ ଅନ୍ୟାନ୍ୟ ସମସ୍ୟା ନେଇ ସାଂସଦ ସୁଜିତ କୁମାରଙ୍କ ବିଭିନ୍ନ ବର୍ଗର ଲୋକଙ୍କ ସହିତ ଆଲୋଚନା

କେସିଙ୍ଗା- ୧୨/୬ କେସିଙ୍ଗାରେ ବାଇପାସ ନିର୍ମାଣ ନେଇ ଆଜି ରାଜ୍ୟସଭା ସାଂସଦ ସୁଜିତ କୁମାର ସହରର ବିଭିନ୍ନ ବର୍ଗର ଲୋକଙ୍କ ସହିତ ଆଲୋଚନା କରିବା ସହ କ୍ଷେତ୍ର ପରିଦର୍ଶନ କରିଛନ୍ତି। ସାଂସଦ ଶ୍ରୀ କୁମାର ଆହୁରି କହିଥିଲେ ଯେ ୨୦୨୬ ସୁଦ୍ଧା ଖୋର୍ଦ୍ଧା-ବଲାଙ୍ଗୀର ରୋଡ଼ ସମ୍ପୂର୍ଣ୍ଣ ହେଲେ ଆଉ କେସିଙ୍ଗା ପାଇଁ ଭୁବନେଶ୍ବରକୁ ଟ୍ରେନ ଚଳାଚଳ ପାଇଁ ଅସୁବିଧା ହେବନାହିଁ। ଏଠାରୁ ଭୁବନେଶ୍ୱରକୁ ଏକ ଟ୍ରେନ ସିଧାସଳଖ ଚଲେଇବା ପାଇଁ ଉଦ୍ୟମ କରାଯିବ। କେସିଙ୍ଗା-ଭବାନୀପାଟଣା ରେଳ ଲାଇନ ପାଇଁ ବି ବଜେଟରେ ଅଣାଯିବା ପାଇଁ ରେଳମନ୍ତ୍ରୀଙ୍କ ନିକଟରେ ଦାବୀ ହୋଇଛି ବୋଲି କହିଥିଲେ। ସେହିପରି କୋଣାର୍କ ସୁତାକଳ କାର୍ଯ୍ୟକ୍ଷମ ନେଇ ସରକାରଙ୍କ ଦ୍ବାରା ପ୍ରୟାସ ଚାଲିଛି। ସରକାରୀ ଭାବରେ ନ ହେଲେ ବି ବେସରକାରୀ ଭାବରେ ଚଳାଇବା ପାଇଁ ପ୍ରୟାସ ଜାରି ରହିଛି। କେସିଙ୍ଗାରେ କୋଣାର୍କ ସୂତାକଳ କାର୍ଯ୍ୟକ୍ଷମ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନଜର ରହିଛି ବୋଲି କହିଥିଲେ। କଳାହାଣ୍ଡି ଜିଲ୍ଲାରେ କପାର ଉତ୍ପାଦନ ଅଧିକ। ରାଜ୍ୟ ସରକାର ଏହାକୁ ନେଇ ଗୁରୁତ୍ୱ ସହ ବିଚାର କରୁଛନ୍ତି ବୋଲି ସେ କହିଥିଲେ। ବର୍ତ୍ତମାନ ଚାଲିଥିବା ଓଭର ବ୍ରିଜ ରାସ୍ତା,କେଉଁ ଆଡୁ କଲେ ବାଇପାସ ସହର ପାଇଁ ସୁବିଧା ହେବ ବୁଲି ଦେଖିଥିଲେ। ଶେଷରେ ସେ କହିଥିଲେ ଯେ ଓଭର ବ୍ରିଜ୍ ରାସ୍ତାରୁ ଏକ କନେକ୍ଟିଭ ରୋଡ୍କୁ ଯୋଲକ ପର୍ଯ୍ୟନ୍ତ କରାଗଲେ ବାଇପାସ୍ ରାସ୍ତା ହୋଇପାରିବ। ସାଂସଦ ଶ୍ରୀ କୁମାର କ୍ଷେତ୍ର ପରିଦର୍ଶନ ସମୟରେ ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି, ବରିଷ୍ଠ ସାମ୍ବାଦିକ ସୁରେଶ ଅଗ୍ରୱାଲ, ପୂର୍ବତନ ଉପ ନଗରପାଳ ଗୋବିନ୍ଦ ବନଛୋର, ଚେମ୍ବର୍ସ ଅଫ୍ସ କମର୍ସ ସଭାପତି ଅନୀଲ ଜୈନ, ବିଜେପି ଟାଉନ ସଭାପତି ପିଙ୍କୁ ପରିଡା, ଓକିଲ ସଂଘ ସମ୍ପାଦକ ଯୁଗଳ ଦୀପ, ପ୍ରଶାନ୍ତ ବାନାର୍ଜୀ, ଯଯାତି କେଶରୀ ଦେଓ, ରାଇସ ମିଲ ସଙ୍ଘ ସଭାପତି ମହେଶ ବଂଶଲ, ସାମ୍ବାଦିକ ମହାସଙ୍ଘ ସଭାପତି ସୁଶାନ୍ତ ମହାପାତ୍ର, ବିଜେପି ସାଧାରଣ ସମ୍ପାଦକ ସୁନୀଲ ଜୈନ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *