ସାଢେ ୬ କେଜି ବିସ୍ଫୋରକ ସହ ୧୧୫ ଟି ଡିଟୋନେଟର ଜବତ, ୪ କୋର୍ଟ ଚାଲାଣ

ଭବାନୀପାଟଣା -୭/୬ ଗତକାଲି କଳାହାଣ୍ଡି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନାଗରାଜ ଦେଓ୍ବରା କୋଣ୍ଡା ଙ୍କ ନିର୍ଦେଶ କ୍ରମେ ଜୟପାଟଣା ପୋଲିସ ୬୫୦୦ କେଜି ବିସ୍ଫୋରକ ସାମଗ୍ରୀ ଓ ୧୧୫ ଟି ଡିଟୋନେଟର୍ ଜବତ କରିବା ସହ ଏଥିରେ ସଂପୣକ୍ତ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏନେଇ ଖଣି ବିଭାଗ ଏସପି ଙ୍କ ନିକଟରେ ଅଭିଯୋଗ କରିବା ପରେ ଜୟପାଟଣା ପୋଲିସ ଯାଞ୍ଚ ବେଳେ ଏସବୁ ସାମଗ୍ରୀ ବେଆଇନ ଭାବେ ଚାଲାଣ ହେଉଥିବା ଗୋଟିଏ ଟ୍ରକ ଏବଂ ଗୋଟିଏ ପିକ୍ ଅପ୍ ଭ୍ୟାନ୍ ଜବତ କରିଛି। ଏସବୁ ସାମଗ୍ରୀ କଣ୍ଟାବାଞ୍ଜିରୁ ବେଆଇନ ଭାବେ ଚାଲାଣ ହୋଇଥିବା କୁହାଯାଉଛି। ତେବେ ଏହିସବୁ ବିସ୍ଫୋରକ ସାମଗ୍ରୀ ଏତେ ପରିମାଣରେ କେଉଁଠିକୁ ଚାଲାଣ ହେଉଥିଲା ତାହା ତଦନ୍ତ ସାପେକ୍ଷ।

Leave a Reply

Your email address will not be published. Required fields are marked *