ପ୍ରକୣତି ବନ୍ଧୁ ପୁରସ୍କାରକୁ ନେଇ ପ୍ରଶ୍ନବାଚୀ!

କେସିଙ୍ଗା -୮/୬ ଗତ ଗୁରୁବାର କଳାହାଣ୍ଡି ଜିଲ୍ଲାରେ ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ପ୍ରକୣତି ବନ୍ଧୁ ପୁରସ୍କାର ପ୍ରଦାନ କରାଯାଇଛି। କିନ୍ତୁ ସାଧାରଣରେ ପ୍ରଶ୍ନ ଉଠୁଛି, ଏମାନେ ସତରେ କ’ଣ ପରିବେଶ ସୁରକ୍ଷା, ପ୍ରାକୃତିକ ଜଙ୍ଗଲର ସୁରକ୍ଷା, ଉଜୁଡା ଜଙ୍ଗଲର ପୁନଃରୁଦ୍ଧାର ଓ ନିଜ ଉଦ୍ୟମରେ ବୣକ୍ଷରୋପଣ କରିବା ସହ ଅନ୍ୟମାନଙ୍କୁ ବୣକ୍ଷରୋପଣ ପାଇଁ ଉତ୍ସାହିତ କରୁଛନ୍ତି? ଏଠାରେ ଉଲ୍ଲେଖଯୋଗ୍ୟ ପ୍ରକୣତି ବନ୍ଧୁ ପୁରସ୍କାର ପାଇବା ପାଇଁ ରାଜ୍ୟ ସରକାର କିଛି ମାନଦଣ୍ଡ ରଖିଛନ୍ତି। ସେଗୁଡିକ ମଧ୍ୟରେ ନିଜ ଉଦ୍ୟମରେ ବୣକ୍ଷରୋପଣ କରିବା, ଅନ୍ୟମାନଙ୍କୁ ବୣକ୍ଷରୋପଣ ପାଇଁ ଉତ୍ସାହିତ କରିବା, ପକ୍ଷୀ ଓ ଅନ୍ୟାନ୍ୟ ବନଜନ୍ତୁ ମାନଙ୍କ ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟ କରିବା,ପ୍ରାକୃତିକ ଜଙ୍ଗଲର ସୁରକ୍ଷା ଓ ଉଜୁଡା ଜଙ୍ଗଲର ପୁନଃରୁଦ୍ଧାର କରିବା, ଜଳ ଓ ମୂତ୍ତିକା ସଂରକ୍ଷଣ କ୍ଷେତ୍ରରେ କାର୍ଯ୍ୟ କରିବା, ଅକ୍ଷୟ ଶକ୍ତି ଉତ୍ସକୁ ଲୋକପ୍ରିୟ କରିବା, ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଜନସଚେତନତା କାର୍ଯ୍ୟ ହାତକୁ ନେବା, ବିଭିନ୍ନ ଉଦ୍ଭିଦ ଓ ଜନଜନ୍ତୁ ସଂରକ୍ଷଣ, ମନୁଷ୍ୟ ଓ ଜୀବଜନ୍ତୁଙ୍କ ବାସସ୍ଥାନର ଉନ୍ନତି, ଆବର୍ଜନା ଓ ଅନ୍ୟାନ୍ୟ ଅଦରକାରୀ ପଦାର୍ଥକୁ ବ୍ୟବହାର କରି ଉପଯୋଗୀ ପଦାର୍ଥ ଉତ୍ପାଦନ କରିବାର କୌଶଳର ଉଦ୍ଭାବନ ଏବଂ ଏହାକୁ କିପରି ପ୍ରୟୋଗ କରାଯିବ ସେ ବିଷୟରେ ଜନସଚତେନତା ସୣଷ୍ଟି କରିବା, ବିଭିନ୍ନ ସୂତ୍ରରୁ ସୣଷ୍ଟି ହେଉଥିବା ଦୂଷିତ ପଦାର୍ଥର ପରିମାଣ ହ୍ରାସ କରିବା, ପ୍ରକୣତି ତଥା ପରିବେଶର କ୍ଷତି କରୁନଥିବା ଜ୍ଞାନକୌଶଳ ପ୍ରବର୍ତ୍ତନ ଓ ଏହାର ପ୍ରସାର କରିବା, ଚାରଣ ଭୂମିର ସୂରକ୍ଷା ଓ ସୣଷ୍ଟି ପ୍ରତି ଧ୍ୟାନ ଦେବା, ପ୍ରକୣତି ଓ ପରିବେଶ ସଂପର୍କୀତ କ୍ଲବ ଓ ସଂଗଠନ ଗଠନ କରିବା, ପରିବେଶ ସଂରକ୍ଷଣ ସମ୍ବନ୍ଧୀୟ ସଉକ, କ୍ରୀଡା ଆଦିର ପ୍ରସାର କରିବା ଆଦି ଯୋଗ୍ୟତା ରଖିଛନ୍ତି। ତେବେ ଆଜିକାଲି ଯେଉଁମାନେ ପ୍ରକୣତି ବନ୍ଧୁ ପୁରସ୍କାର ପାଉଛନ୍ତି, ସେମାନଙ୍କ ମଧ୍ୟରୁ କିଛି ପ୍ରକୣତି ପ୍ରେମୀ ଅଛନ୍ତି ସେମାନେ ସମାଜ ପାଇଁ ଜନହିତକର କାମ କରୁଛନ୍ତି। ଆଉ ଅନ୍ୟମାନେ ଅର୍ଥବଳରେ ଏହି ପୁରସ୍କାର ହାତେଇ ବାହାବା ନେଉଛନ୍ତି। ଏଥିପ୍ରତି ରାଜ୍ୟ ସରକାର ଦୣଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

Leave a Reply

Your email address will not be published. Required fields are marked *