
କେସିଙ୍ଗା,୨୨/୧୨ କଳାହାଣ୍ଡି ଜିଲ୍ଲାର କେସିଙ୍ଗା ବ୍ଲକ ଦେଓଗାଁ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ହସ୍ତରି ଶବର ହଲତ ଝାରଖଣ୍ଡରେ ହେଉଥିବା ୬୯ ତମ ଜାତୀୟ ସ୍କୁଲ ଖେଳ ପ୍ରତିଯୋଗିତାରେ ୧୭ ବର୍ଷରୁ କମ ଓଡ଼ିଶା ଫୁଟବଲ ଦଳରେ ପ୍ରଥମଥର ସାମିଲ ହୋଇ କଳାହାଣ୍ଡି ଜିଲ୍ଲାର ସୁନାମ ଅର୍ଜନ କରିଛନ୍ତି। ଏଠାରେ ପ୍ରକାଶ ଥାଉକି ଉକ୍ତ ଜାତୀୟ ସ୍କୁଲ ଖେଳ ପ୍ରତିଯୋଗିତା ଡିସେମ୍ବର ୧୮ ରୁ ୨୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ଦେଓଗାଁ ଭଳି ଉପାନ୍ତ ଅଞ୍ଚଳର ସୁଶ୍ରୀ ଶବର କଳାହାଣ୍ଡି ଜିଲ୍ଲା ପାଇଁ ଇତିହାସ ସୃଷ୍ଟି କରିଛନ୍ତି। ସୁଶ୍ରୀ ଶବରଙ୍କ ମାଁ ଙ୍କ ନାମ ଅହଲ୍ୟା ଶବର ଓ ବାପାଙ୍କ ନାମ ଆନନ୍ଦ ଶବର ।ଖବର ପ୍ରସାରଣ ହେବା ପରେ କେସିଙ୍ଗା ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । କେସିଙ୍ଗା ନଗରପାଳ ନୃପରାଜ ଯାଦବ ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତିଙ୍କ ସମେତ ସମସ୍ତ ରାଜନୈତିକ ଦଳର ଟାଉନ ସଭାପତିମାନେ ସୁଶ୍ରୀ ଶବରଙ୍କୁ ଶୁଭେଛା ଜଣାଇଛନ୍ତି।