
କେସିଙ୍ଗା -୨୨/୧୨ ଅଳ୍ପଦିନ ତଳେ ନର୍ଲା ବ୍ଲକର ଜଣେ ଗର୍ଭବତୀ ମା ଓ ତା’ର ଛୁଆ ଚିକିତ୍ସା ଅବହେଳାରୁ ପ୍ରାଣ ହରାଇବା ଭଳି ଅପରାଧକୁ ଘୋଡାଇବା ଲାଗି ଲୋକଙ୍କ ଦୣଷ୍ଟି ଅନ୍ୟ ଆଡେ ନେବା ପାଇଁ ଆଜିର ଧାରଣା ଏକ ନାଟକବାଜି ବୋଲି ସାଧାରଣରେ ଆଲୋଚନା ହେଉଛି। ଆହୁରି ମଧ୍ୟ ଶୁଣିବାକୁ ମିଳେ ସର୍ବସାଧାରଣ, ବିଭିନ୍ନ ଦଳର ରାଜନୈତିକ ଲୋକେ ଆମକୁ ଅଯଥା କଥା କହୁଛନ୍ତି ବୋଲି ମେଡିକାଲ ଅଫିସର ଜଣକ ମିଡିଆରେ କହିବା କେତେଦୂର ଯୁକ୍ତିଯୁକ୍ତ ! ସେମାନେ ନିରୀହ ଗରିବ ଜନସାଧାରଣଙ୍କ ସହିତ କି ପ୍ରକାର ବ୍ୟବହାର ଓ ଚିକିତ୍ସାରେ ଅବହେଳା କରୁଛନ୍ତି, ସେନେଇ ମିଡିଆରେ ନ କହିବା ଏକ ପାକ୍ଷିଆ କହିଲେ ବୋଲି ସର୍ବସାଧାରଣରେ ଚର୍ଚ୍ଚା ହେଉଛି। ଅନ୍ୟପକ୍ଷେ ଜନସାଧାରଣ ଓ ବିଭିନ୍ନ ରାଜନୀତି ଦଳର ଲୋକମାନଙ୍କ ନାମରେ ଆଗାମୀ ଦିନରେ ଏଭଳି ଅଭିଯୋଗ ମଧ୍ୟ ନଆସୁ ବୋଲି ଆଲୋଚନା ହେଉଛି।
