
ଭବାନୀପାଟଣା- ୨୦/୧୨ ଭାରତୀୟ ଜାତୀୟ କଂଗ୍ରେସର ସର୍ବୋଚ୍ଚ ନେତ୍ରୀ ସୋନୀଆ ଗାନ୍ଧୀ ଓ ନେତା ରାହୁଳ ଗାନ୍ଧୀଙ୍କ ନାମରେ ନ୍ୟାସନାଲ ହେରାଲ୍ଡ ମିଥ୍ୟା ମାମଲାରେ ମୋଦୀ ସରକାର ଫସାଇ ଦୀର୍ଘ ଏକ ଦଶନ୍ଧି ଧରି ଅଯଥା ବଦନାମ କରିବା ପ୍ରତିବାଦରେ କଳାହାଣ୍ଡି ଜିଲ୍ଲା କଂଗ୍ରେସ କମିଟୀ ତରଫରୁ ଏକ ମଶାଲ ଶୋଭାଯାତ୍ରା ଆୟୋଜିତ ହୋଇ ଯାଇଛି। ଜିଲ୍ଲା କଂଗେସ ସଭାପତି ଜଳନ୍ଧର ନାଏକଙ୍କ ନେତୃତ୍ୱ ରେ ଅନୁଷ୍ଟିତ ମଶାଲ ଶୋଭାଯାତ୍ରା ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ରୁ ଷ୍ଟାଚ୍ୟୁ ପର୍ୟ୍ୟନ୍ତ ହୋଇଥିଲା। ଶୋଭାଯାତ୍ରା ପରେ ମିଥ୍ୟାବାଦୀ ମୋଦୀ ସରକାରଙ୍କୁ କଟୁସମାଲୋଚନା କରା ଯାଇଥିଲା। ଏହି ଶୋଭାଯାତ୍ରାରେ ଉପ ସଭାପତି ଉଛବ ସାହୁ, ଭାରତ ଭୂଷଣ ବେମାଲ, ଧନୁର୍ଦ୍ଧର ଗହୀର, ସୁବାଷ ପ୍ରଧାନ ମହମ୍ମଦ ସାହେବ, ସନ୍ତୋଷ ପ୍ରଧାନ, ସିଦ୍ଧାର୍ଥ ନାୟକ, ଇନ୍ଦ୍ରଜିତ୍ ମହାଖୁଡ, କୁମୁଦ ପଟନାୟକ, ସୁକାନ୍ତି ସରାଫ, ମାଣିକ୍ଯ ସୁନା, ସୁକାନ୍ତ ବିଶି, ମନ୍ଦାକିନି ବାଣୁଆ, ଲିଙ୍ଗରାଜ ନାୟକ, ସନ୍ତୋଷ ମୁଣ୍ଡ, ସୁଦର୍ଶନ ବିଶ୍ଵାଳ, ତାରିଣୀ ନାୟକ, ବାବା ଖାନ, ନିମାଞ୍ଚଳ ନାଏକ ପ୍ରମୁଖ ଉପସ୍ଥିତ ରହି ମୋଦୀ ସରକାର ବିରୋଧରେ ସ୍ଲୋଗାନ ଦେଇଥିଲେ।