
କେସିଙ୍ଗା- ୫/୬ କେସିଙ୍ଗା ବ୍ଲକ ଅନ୍ତର୍ଗତ ଗୁର୍ଜିମୁଣ୍ଡା ସ୍ଥିତ ମା ଯୋଗମାୟା ପୀଠରେ ଆଜି ବିଶ୍ୱ ପରିବେଶ ଦିବସ ଅବସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହା ସହିତ ମନ୍ଦିରର ୱେବସାଇଟ ମଧ୍ୟ ଉଦଘାଟନ ହୋଇଛି । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ କେସିଙ୍ଗା ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି ,ସମ୍ନାନିତ ଅତିଥିଭାବେ କେସିଙ୍ଗା ବିଡ଼ିଓ ଜନ୍ମେଜୟ ସ୍ୱାଇଁ, କୁଣ୍ଡାବନ୍ଧ ସରପଞ୍ଚ ରୋଜି ପ୍ରଧାନ ଯୋଗଦାନ କରିଥିଲେ । ସମସ୍ତ ଅତିଥି ବୃକ୍ଷ ରୋପଣ କରିବା ସହ ଏହି ଦିବସର ମହତ୍ଵ ଓ ଗୁରୁତ୍ୱ ଉପରେ ମତ ଦେଇଥିଲେ । ଏଥିସହ ମନ୍ଦିର ପରିସରରେ ରହିଥିବା ବିଭିନ୍ନ ବୃକ୍ଷ ମାନଙ୍କରେ ବାରକୋଡ଼ ଲଗାଯାଇଥିଲା । ଏହାଦ୍ୱାରା ଆସୁଥିବା ପର୍ଯ୍ୟଟକ ତଥା ବଣଭୋଜି ପାଇଁ ଆସୁଥିବା ଛାତ୍ର ଛାତ୍ରୀ ମାନେ ଏହାକୁ ସ୍କାନ କରି ବୃକ୍ଷ ବିଷୟରେ ତଥ୍ୟ ପାଇପାରିବେ । ଅନ୍ୟମାନଙ୍କ ମଧ୍ୟରେ ମନ୍ଦିର ପରିଚାଳନା ଟ୍ରଷ୍ଟ ର ଅଧ୍ୟକ୍ଷ ମୋତିଲାଲ ବଗର୍ତ୍ତି, ସମ୍ପାଦକ ଯଯାତି କେଶରୀ ଦେଓ, କୋଷାଧ୍ୟକ୍ଷ ଅଶ୍ୱନି ବିଶ୍ୱାଳ, ନବୀନ ପ୍ରଧାନ, ନେତ୍ରାନନ୍ଦ ବୁଡେକ ଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।
