
ଭବାନୀପାଟଣା -୨୭/୧୧ AICC ଓ PCC ସଭାପତିଙ୍କ ନିର୍ଦ୍ଦେଶ କ୍ରମେ କଳାହାଣ୍ଡି ଜିଲ୍ଲା ସଭାପତି ଜଳନ୍ଧର ନାଏକଙ୍କ ନେତୃତ୍ୱରେ ସମ୍ବିଧାନ ଦିବସ ପାଳନ କରାଯିବ ସହିତ ସମ୍ବିଧାନ ବଞ୍ଚାଅ ପଦଯାତ୍ରା ଭବାନୀପାଟଣା ପୁରୁଣା କୋର୍ଟ ପରିସର ସମ୍ମୁଖରେ ଥିବା ଡକ୍ଟର ଆମ୍ବେଦକର ପ୍ରତିମୂର୍ତ୍ତି ଠାରେ ମାଲ୍ୟାର୍ପଣ କରି ସହର ଦେଇ କଳାହାଣ୍ଡି ଜିଲ୍ଲା କଂଗ୍ରେସ ଅଫିସ ଠାରେ ପହଞ୍ଚି ଥିଲା ଓ ସେଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ପୁର୍ବତନ ବିଧାୟକ ଭାରତ ବେମାଲ, ଦ୍ରୋପଦି ମାଝୀ, ତୁଲେଶ୍ୱର୍ ନାୟକ, ସିନିୟର୍ ଲିଡର ସନ୍ତୋଷ ମୁଣ୍ଡ, ଧନୁ ଗହିର,ମହମ୍ମଦ ସାହେବ୍,ମୁରଲୀ ନାଏକ, ମର୍ଜିନା ପ୍ରଧାନ, ଶେଷ ମାଝୀ, ପ୍ରେମଲାଲ ସାଗର, ସୁବାଷ ଚନ୍ଦ୍ର ପ୍ରଧାନ, ବାବା ଆଲି ,ସୁକାନ୍ତି ସରାଫ, ଚିତ୍ତ ନିଆଲ, ମାଣିକ୍ୟ ସୁନା , ନିମାନ ନାଏକଙ୍କ ସମେତ ଅନେକ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ।