କେସିଙ୍ଗା -୧୯/୧୨ କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହରାଞ୍ଚଳ ତଥା ଗ୍ରାମାଞ୍ଚଳ ଲୋକେ ବିବିଧ ସମସ୍ୟାରେ ଜର୍ଜରିତ। ସେଥିମଧ୍ୟରୁ ସହର ମଧ୍ୟରେ ଟ୍ରାଫିକ ସମସ୍ୟା ଅନ୍ୟତମ। ଏଥିଲାଗି ସ୍ଥାନୀୟ ଏନଏସି ସଭାଗୣହରେ ଅନେକ ଥର ବୈଠକ ହୋଇସାରିଲାଣି। କିନ୍ତୁ ଏହାର ସମାଧାନ ପାଇଁ ଯେଉଁ ନିତ୍କର୍ଷ ବାହାରୁଛି ତାହା ଗୋଟିଏ ବି କାର୍ଯ୍ୟକାରୀ ହେଉନାହିଁ। କାରଣ କିଛି ରାଜନୀତି ଦଳର ବ୍ୟକ୍ତି ଲୋକଙ୍କ ମଲା ଶବକୁ ନେଇ ତିଷ୍ଠି ରହିବା ପାଇଁ ଚେଷ୍ଟା କରନ୍ତି ତ କିଛି ପ୍ରଶାସନିକ ଅଧିକାରୀ ସଭାସ୍ଥଳ ଛାଡିଗଲେ ଏ ବିଷୟରେ ଭୁଲିଯାଆନ୍ତି। ଅନ୍ୟପକ୍ଷେ କେନ୍ଦ୍ର ସରକାରଙ୍କ ସଡକ ପରିବହନ ବିଭାଗ ପକ୍ଷରୁ ଟ୍ରାଫିକ ସମସ୍ୟାର ସମାଧାନ ପାଇଁ ଓଭର ବ୍ରିଜ ଦେଇ ୪ ଲେନ୍ ବିଶିଷ୍ଟ ରାସ୍ତା ନିର୍ମାଣ ଲାଗି ବ୍ୟବସ୍ଥା କରିଛନ୍ତି। ତେବେ ସହର ମଧ୍ୟରେ ଗୁରୁତର ଟ୍ରାଫିକ ସମସ୍ୟାର ସମାଧାନ ଲାଗି ରାଜନୈତିକ ବ୍ୟକ୍ତି ବିଶେଷ ଭୋଟ ବ୍ୟାଙ୍କ ରଜନୀତିରୁ ଉର୍ଦ୍ଧ୍ବରେ ରହି କାମ କରିବା ଏବଂ ପ୍ରଶାସନିକ ଅଧିକାରୀ ମାନେ ଆନ୍ତରିକତା ସହିତ କାର୍ଯ୍ୟ କଲେ ଶୀଘ୍ର ଏହାର ସମାଧାନ ହୋଇପାରନ୍ତା ବୋଲି ସାଧାରଣରେ ଆଲୋଚନା ହେଉଛି।