
ଭବାନୀପାଟଣା-୪/୩ ଭବାନୀପାଟଣା ସହର ଅନ୍ତର୍ଗତ ପୁରୁଣା ପଡ଼ା ଠାରେ ଦୋଳ ଉତ୍ସବ ଖୁବ୍ ଧୁମ୍ ଧାମରେ ପାଳିତ ହୋଇଯାଇଅଛି l ଦଶମୀ ତିଥି ଠାରୁ ଭିତର ଫଗୁ, ନଗର ପରିକ୍ରମା, ହୋଲିକା ଦହନ, ପୂର୍ଣ୍ଣିମା, ଦୋଳଗୋବିନ୍ଦଙ୍କ ଦହି ଖିଆ, ହେବା ପରେ ହୋଲିରେ ଉଦଯାପନ ହୋଇ ଯାଇଛି l ତ୍ରୟୋଦଶୀ ତିଥିରେ ପୁରୁଣାପଡ଼ା ଗଙ୍ଗାଦେବୀ ମନ୍ଦିର ନିକଟରେ କମିଟି ସଭାପତି ଇନ୍ଦ୍ରଜିତ୍ ମହାକୁଡ ଙ୍କ ଅଧକ୍ଷତାରେ ଅବସରପ୍ରାପ୍ତ ଅଧ୍ୟାପକ ଅଜୟ ମିଶ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ ଦେଇ ଦୋଳ ଉତ୍ସବ ର କାର୍ଯକ୍ରମକୁ ପ୍ରସଂଶା କରିଥିଲେ। ଲିପ୍ସାରାଣୀ ବାରିକ ଓ ସାଥୀ ମାନଙ୍କ ଦ୍ଵାରା ଚିତ୍ତାକର୍ଷକ ଓଡ଼ିଶୀ ନାଟକ ରାଧା ମାଜିଷ୍ଟ୍ରେଟ କୃଷ୍ଣ ମୁଦାଲା ପରିବେଷଣ କରା ଯାଇଥିଲା l ସେହିପରି ପୁରୁଣାପଡ଼ା ସ୍କୁଲ ଛକ କମିଟି ପକ୍ଷରୁ ଛାତ୍ରଛାତ୍ରୀ, ପୁରୁଷ, ମହିଳା ମାନଙ୍କ ମଧ୍ୟରେ ଅଙ୍କ ଦୌଡ, ପୁଚିଖେଳ, ଦୌଡ଼ି ଡିଆଁ, ବାଲଟି – ବଲ୍, ହୁଳହୁଳି, ପୁରାଣ ଗଣ୍ଠି ଭଳି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ସ୍ଵାଧୀନ ପାତ୍ର, ସମ୍ମାନିତ ଅତିଥି ଭାବେ ୧୫ ନଂ ୱାର୍ଡ଼ର କାଉନ୍ସିଲର ଶ୍ରୀମତୀ ମାନସୀ ଜେନା,କେନ୍ଦ୍ର ଗୃହ ବିଭଗ ର ତଦନ୍ତକାରୀ ସଂସ୍ଥା, ଅବସରପ୍ରାପ୍ତ ଉପ ନିର୍ଦ୍ଦେଶକ ରଜତ କୁମାର ପ୍ରଧାନ, ଦୋଳ ଉତ୍ସବ କମିଟିର କେନ୍ଦ୍ରୀୟ ସଭାପତି ଇନ୍ଦ୍ରଜିତ ମହାକୁଡ, ଧବଳେଶ୍ଵର ମନ୍ଦିର ଟ୍ରଷ୍ଟ, ଭୋଇଗୁଡ଼ାର ସଭାପତି ସଚ୍ଚିଦାନନ୍ଦ ମହାକୁଡ, କୁର୍ମୀ କ୍ଷତ୍ରିୟ ସମାଜର ସଭାପତି ଆଶ୍ୱିନ ପ୍ରଧାନ, ପୁରୁଣାପଡ଼ା ସ୍କୁଲ ଛକ କମିଟି ସଭାପତି ଉମା ଚରଣ ପ୍ରଧାନ, ପୁରୁଣାପଡ଼ା ସ୍କୁଲ ଛକ କମିଟି ସମ୍ପାଦକ ତଥା ମାଣିକେଶ୍ଵରୀ ହାଇସ୍କୁଲର ପ୍ରଧାନଶିକ୍ଷକ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରମୂଖ ଉପସ୍ଥିତି ମଞ୍ଚକୁ ବହୁଳ ଭାବରେ ଆକର୍ଷଣୀୟ କରିଥିଲା l ପ୍ରତିଯୋଗିତା ରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯିବା ସହ ଭାବେ ଜ୍ୟୋତି ସମ୍ମାନରେ ପୁରୁଣାପଡାର ସ୍ବର୍ଗତ ନିରଞ୍ଜନ ବିଦ୍ରୋହୀ (ପ୍ରଧାନ), ବଳରାମ ଡାକୁଆ, ତ୍ରିନାଥ ପ୍ରଧାନଙ୍କୁ ସମ୍ମାନିତ କରାଯାଇଥିଲା l ଦୋଳଯାତ୍ରାରେ ନିଜର ଅମ୍ଳାନ ସ୍ୱାକ୍ଷର ଛାଡିଥିବା ବାସୁ ଚନ୍ଦନ, ଇନ୍ଦ୍ରମଣି ଡାକୁଆ, ରାମଚନ୍ଦ୍ର ସ୍ୱାଇଁ, ଗଜିନ୍ଦ୍ର ଡାକୁଆଙ୍କୁ ମଧ୍ୟ ପୁରୁଣା ପଡ଼ା ଜ୍ୟୋତି ସମ୍ମାନରେ ସମ୍ମାନିତ କରାଯାଇଥିଲା l ପ୍ରାୟ ୨୧ ଜଣ କୁନି କୁନି ଶିଶୁଙ୍କ ଦ୍ବାରା ରାଧା କୃଷ୍ଣଙ୍କ ଉପରେ ଆଧାରିତ ଗୀତରେ ନୃତ୍ୟ ପରିବେଷଣ କରାଯାଇଥିଲା l ସମସ୍ତ ପ୍ରତିଯୋଗୀଙ୍କୁ ସ୍ବର୍ଗତ ଅଭିମନ୍ୟୁ ପ୍ରଧାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଉମା ଚରଣ ପ୍ରଧାନଙ୍କ ଦ୍ଵାରା ଟ୍ରଫି ପ୍ରଦାନ କରାଯାଇଥିଲା l
ଦୋଳ ଠାକୁର ବିମାନରେ ଆସି ସ୍କୁଲ ଛକ ନିକଟରେ ପ୍ରାୟ ୭.୩୦ ମିନିଟ ସମୟରେ ପହଞ୍ଚି ଥିଲେ l ଉପସ୍ଥିତ ଭକ୍ତ ମଣ୍ଡଳୀ ଠାକୁରଙ୍କ ଦର୍ଶନ ଲାଭ କରିବା ଏବଂ ଭୋଗ ଲାଗି ହେବା ପରେ ଠାକୁର ବିଦାୟ ନେଇଥିଲେ l ପୂର୍ବତନ କମିଟି ସଭାପତି ସନ୍ତୋଷ ପ୍ରଧାନ ସ୍ଵାଗତ ଭାଷଣ ପ୍ରଦାନ କରିଥିବା ବେଳେ ଲକ୍ଷ୍ମୀନାରାୟଣ ପଣ୍ଡା ମଞ୍ଚ ପରିଚାଳନା କରିଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ସୂକ୍ଷ୍ମାତିସୂକ୍ଷ୍ମ ଭାବରେ ଭଗବାନ ବିଶୋଇ, ଦିଲ୍ଲୀପ କୁମାର ଡାକୁଆ, ସୀତାକାନ୍ତ ପ୍ରଧାନ ପ୍ରମୁଖ ପରିଚାଳନା କରିଥିଲେ l କର୍ମଭୂମି ପାଣି ପରିଛା ଧନ୍ୟବାଦ୍ ଅର୍ପଣ କରିଥିଲେ।