କେସିଙ୍ଗା କଂଗ୍ରେସ କମିଟୀ ପକ୍ଷରୁ ସିଏଚସି ସାମନାରେ ଗଣଧାରଣା

କେସିଙ୍ଗା ୨୩/୧୨ ଆଜି କେସିଙ୍ଗା କଂଗ୍ରେସ କମିଟୀ ପକ୍ଷରୁ ଡାକ୍ତର ମାନେ କଂଗ୍ରେସ କାର୍ଯ୍ୟକର୍ତ୍ତା ମାନଙ୍କୁ ର୍ଦୁବ୍ୟବହାର ପ୍ରତିବାଦରେ ସରକାରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସାମନାରେ ୧୨ ଘଣ୍ଟିଆ ଗଣଧାରଣା ଦେବା ସହ ସିଡିଏମଓଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଦିଆଯାଇଥିଲା। ଏହି ଦାବିପତ୍ରରେ ସ୍ତ୍ରୀ ରୋଗ ବିଶେଷଜ୍ଞ ତଥା ପ୍ରତୀକ୍ଷା ପ୍ରତିଶୃତି ମାଝୀ ରୋଗୀ ସହ ନେତା ଓ ଜନସାଧାରଣଙ୍କୁ ର୍ଦୁବ୍ୟବହାର ପ୍ରଦର୍ଶନ କରୁଥିବାରୁ ତାଙ୍କୁ ତୁରନ୍ତ ବଦଳି କରିବା, ଡାକ୍ତର ମାନେ ଫି ନେଇ ଘରୋଇ ଚିକିତ୍ସା କରୁଥିବାରୁ ଡାକ୍ତରଖାନାକୁ ଠିକ୍ର ସମୟରେ ନ ଆସୁନାହାନ୍ତି ତେଣୁ ସରକାରୀ ନିୟମ ଅନୁସାରେ ଠିକ୍ ସମୟରେ ଡାକ୍ତରଖାନାକୁ ଆସିବା, କେସିଙ୍ଗା ମେଡିକାଲ ପାଇଁ ଜଣେ ଭଲ ସ୍ତ୍ରୀ ରୋଗ ବିଶେଷଜ୍ଞ ସହ ଜଣେ ଭେଷଜ ବିଶେଷଜ୍ଞ ଓ ଆନାଥେସିଆ ଡାକ୍ତରଙ୍କ ସହିଦ ଅନଭିଜ୍ଞ ନର୍ସ ମାନଙ୍କୁ ନିଯୁକ୍ତି ଦେବା, ଏହି ସରକାରୀ ମେଡିକାଲର ସୁପରିଚାଳନା ପାଇଁ ସୁବ୍ୟବସ୍ଥା କରିବା ଏବଂ ଗତକାଲି ଡାକ୍ତର ମାନେ ରୋଗୀସେବା ନକରି କାହା ପରାମର୍ଶରେ ଗଣଧାରଣାରେ ବସିଲେ ତାହା ସ୍ପଷ୍ଟ କରିବା ଆଦି ଦାବି ଉଲ୍ଲେଖ ରହିଛି। ଏହି ଗଣଧାରଣା ରେ ନଗର କମିଟୀ ସଭାପତି ବାସୁ ଜୈନ, ବ୍ଲକ ସଭାପତି ରାହାସ ସାହୁ, ମହେନ୍ଦ୍ର ନାୟକ, ଯୁବନେତା ସୁରେଷ ରାଓ, ପୂର୍ବତନ ବ୍ଲକ ଚେୟାରମ୍ୟାନ ରାମଲାଲ ସୁନାନୀ, ପୂର୍ବତନ ନଗରପାଳ ରାମଜୀ ମାତଖଣ୍ଡିଆ, ଓକିଲ ଗୁରୁ ବଗର୍ତ୍ତୀ ପ୍ରମୁଖଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଓ କର୍ମୀମାନେ ଅଂଶ ଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *