ସ୍ଥାନୀୟ ଶ୍ରୀ ଧବଳେଶ୍ୱର ମନ୍ଦିରରେ ପୂଜାର୍ଚ୍ଚନା

ଭବାନୀପାଟଣା-୨୨/୧୨ ଶ୍ରୀ ଶ୍ରୀ ଧବଳେଶ୍ବର ମହାଦେବ ମନ୍ଦିର ଟ୍ରଷ୍ଟ ପକ୍ଷରୁ ୧୮ ଜଣ ଶ୍ରଦ୍ଧାଳୁ ପଣ୍ଡିତ ମଙ୍ଗୁଳୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ସନ୍ଥ ଶ୍ରୀ ଜଗନ୍ନାଥ ଦାଶଙ୍କ ମାର୍ଗଦର୍ଶନରେ ତ୍ରିନାଥ ସେଠୀ, ଅଭିମନ୍ୟୁ ପ୍ରଧାନ, ସୀତାକାନ୍ତ ପ୍ରଧାନ, ମଧୁ ସୁଦାନ ବେହେରା, ପୁରୁଷୋତ୍ତମ ପ୍ରଧାନ, ଘାସିରାମ ଜେନା, କମ୍ବୁପାଣି ପରିଛା, ନଗେନ୍ ମହାରଣା, କାଳୀ ପ୍ରସାଦ ଡାକୁଆ, ରବିଚନ୍ଦ୍ର ଆରୁଖ, ଭାଗିରଥି ମହାରଣା, ଭଗବାନ ବିଶୋଇ, ଜଗବନ୍ଧୁ ବେହେରା, ଜଗନ୍ନାଥ ମହାରଣା, ସନ୍ତୋଷ ନାୟକ, ସଚ୍ଚିଦାନନ୍ଦ ମହାଖୁଡ଼, କ୍ଷିରସିନ୍ଧୁ ପ୍ରଧାନ ଓ ବିକାଶ ସାହୁ ଆଜି ପ୍ରାତଃ ୯ ଘଣ୍ଟା ୪୨ ମିନିଟ୍ ସମୟରେ ଭୋଇଗୁଡା ଧବଳେଶ୍ୱର ମନ୍ଦିର ଠାରେ ପୂଜାର୍ଚ୍ଚନା ପୂର୍ବକ ଶମ୍ଭୁ ନଗର, ପୁରୁଣା ପଡ଼ା, ପରଦେଶୀ ପଡ଼ାର ସମସ୍ତ ଦେବଦେବୀଙ୍କ ଆଶିର୍ବାଦ ନେଇ ଜଗନ୍ନାଥ ମନ୍ଦିରରେ ପ୍ରସାଦ ସେବନ କରି ଶ୍ରୀକ୍ଷେତ୍ର ଧାମକୁ ଯାତ୍ରା ଆରମ୍ଭ କରିଥିଲେ l ଦିନକୁ ୨୫ ରୁ ୩୦ କି.ମି ଯାତ୍ରା କରିବାକୁ ଲକ୍ଷ୍ୟ ରଖାଯାଇଥିବା ଧବଳେଶ୍ୱର ମନ୍ଦିର ଟ୍ରଷ୍ଟ ମୁଖ୍ୟ ସଚ୍ଚିଦାନନ୍ଦ ମହାଖୁଡ ପ୍ରକାଶ କରିଥିଲେ l ଅନେକ ଶୁଭେଚ୍ଛୁ, ହୃଦୟବାନ ବ୍ୟକ୍ତି ଶ୍ରଦ୍ଧାଳୁ ମାନଙ୍କ ନିକଟରେ ପହଁଚି ଫଳ, ପାନୀୟ, ଖାଦ୍ୟ, ଲାୟଂସ୍ କ୍ଲବ୍ ପକ୍ଷରୁ ଶ୍ରୀ ରମେଶ ଅଗ୍ରୱାଲ ସସ୍ତ୍ରିକ ଆସି କମ୍ବଳ, ପିନ୍ଧିବାକୁମୋଜା ଇତ୍ୟାଦି ସେବା ପ୍ରଦାନ କରିଥିଲେ l ପ୍ରାୟ ୧୮ଦିନରେ ପୁରୀ ପହଞ୍ଚିବାର ଲକ୍ଷ୍ୟ ରଖାଯାଇଥିବା କମ୍ବୁପାଣି ପରିଛା ପ୍ରକାଶ କରିଛନ୍ତି l

Leave a Reply

Your email address will not be published. Required fields are marked *