
କେସିଙ୍ଗା -୧୯/୧୨ ଦୀର୍ଘଦିନର ଦାବି ପରେ ଆଜି ପୁଣି କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟକାରୀ ହେଲା ରକ୍ତ ସଂରକ୍ଷଣ କେନ୍ଦ୍ର। ଏହି କେନ୍ଦ୍ରର ଡାକ୍ତର ଭାବରେ ରବିନ୍ଦ୍ର କୁମାର ଖଟୁଆ ଓ ଲ୍ୟାବ୍ ଇନଚାର୍ଜ ଭାବେ ଜବାହରଲାଲ ମହାନନ୍ଦ ନିୟୋଜିତ ହୋଇଛନ୍ତି। ତେଣୁ ଏହି ସିଏଚସି ଉପରେ ସ୍ବାସ୍ଥ୍ୟସେବା ପାଇଁ ନିର୍ଭର କରୁଥିବା ଅଞ୍ଚଳର ପ୍ରାୟ ୨ ଲକ୍ଷରୁ ଉର୍ଦ୍ଧ୍ୱ ଲୋକେ ଉପକୃତ ହେବେ ବୋଲି ବିଭିନ୍ନ ମହଲରୁ ମତ ପ୍ରକାଶ ପାଇଛି। ଏଥିସହ ଲୋକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ଏଥିପାଇଁ ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ଅଧିକାରୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି। ଏଠାରେ ଉଲ୍ଲେଖ ଯୋଗ୍ୟ ପୂର୍ବତନ ସ୍ତ୍ରୀ ରୋଗ ବିଶେଷଜ୍ଞ ଡ. ପାଣିଗ୍ରାହୀ ରକ୍ତ ସଂରକ୍ଷଣ କେନ୍ଦ୍ର ଦାୟିତ୍ୱରେ ଥିଲାବେଳେ ସେ ବଦଳି ହୋଇଗଲା ପରେ ଏହି କେନ୍ଦ୍ର ବନ୍ଦ ହୋଇଯାଇଥିଲା। କିନ୍ତୁ ସେଭଳି ଯେପରି ନହୁଏ ସେଥିପ୍ରତି ଧ୍ୟାନ ଦେବାକୁ ସାଧାରଣ ରେ ଚେତାଇ ଦେଇଛନ୍ତି।