
କେସିଙ୍ଗା-୩/୧୨ କଳାହାଣ୍ଡି ଜିଲ୍ଲା କେସିଙ୍ଗା ଏନ୍ ଏ ସି ଅନ୍ତର୍ଗତ ୧୨ ନମ୍ୱର୍ ୱାର୍ଡରେ ଥିବା ପ୍ରାଥମିକ ବିଦ୍ୟାଳୟକୁ ଖବର ସଂଗ୍ରହ ପାଇଁ ଗତକାଲି ଯାଇଥିବା ସାମ୍ୱାଦିକଙ୍କୁ ନାଲି ଆଖି ଦେଖାଇବା ସହ ସାମ୍ୱାଦିକଙ୍କ ମୋବାଇଲକୁ ଛଡେଇ ନେବାର ପ୍ରୟାସ କରିଥିଲେ କାର୍ଯ୍ୟରତ ବିଦ୍ୟାଳୟର ଶିକ୍ଷୟତ୍ରୀ। ସୂଚନା ଅନୁସାରେ ଉକ୍ତ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ଥିବା ଶୌଚାଳୟକୁ ନିଜେ ବ୍ୟବହାର କରିବା ପାଇଁ ତାଲା ମାରି ରଖିଛନ୍ତି ଶିକ୍ଷୟତ୍ରୀ ଜଣକ । ଫଳରେ ଛାତ୍ରଛାତ୍ରୀ ମାନେ ବାହାରେ ଶୌଚ କରୁଥିବା ଦେଖିବାକୁ ମିଳିଥିଲା। ଏହା ସହିତ ଦୀର୍ଘବର୍ଷ ଧରି ଉକ୍ତ ବିଦ୍ୟାଳୟରେ ପାଚିକା ଭାବେ କର୍ଯ୍ୟ କରୁଥିବା ବିଲନ୍ତା ସୁନାଙ୍କୁ କାର୍ଯ୍ୟରୁ ବାହାର କରି ଦେଇଥିବା ନେଇ ଅଭିଯୋଗ ଶୁଣିଲା ପରେ ସାମ୍ବାଦିକ ମଧୁ ସିନ୍ଦୁର ଓ ସଂଗ୍ରାମ ଦେଓ ଖବର ସଂଗ୍ରହ ପାଇଁ ଉକ୍ତ ବିଦ୍ୟାଳୟକୁ ଯାଇଥିଲେ । ଅଭିଯୋଗ ବିଷୟରେ ଶିକ୍ଷୟତ୍ରୀ ଜଣଙ୍କ ମତାମତ ନେବା ପାଇଁ ଚେଷ୍ଟା କରୁଥିବା ବେଳେ ଶିକ୍ଷୟତ୍ରୀ ଜଣଙ୍କ ସନ୍ଦେହ କରି ମୋବାଇଲଟିକୁ ଟାଣି ନେବା ପାଇଁ ଚେଷ୍ଟା କରିବା ସହ ନାଲି ଆଖି ଦେଖାଇବାକୁ ପଛାଇନଥିଲେ । ଏ ବିଷୟରେ ବ୍ଲକ୍ ଶିକ୍ଷାଧିକାରୀ ଆନନ୍ଦ କୁମାର ବେହେରାଙ୍କୁ ପଚାରିବାରୁ ଏହାର ତଦନ୍ତ କରି ପଦକ୍ଷେପ ନେବି।