ସୋସିଆଲ ମିଡିଆରେ ଭାଇରାଲ ପରେ କ୍ଷମା ମାଗିଲେ ଅଜଣା ବ୍ୟକ୍ତି

କେସିଙ୍ଗା -୪/୧୨ ଗତକିଛି ଦିନ ତଳେ କେସିଙ୍ଗା ଜୋନ -୨ ର ସଭାପତି ଝସକେତନ ସାହୁ ଏକ ଶ୍ରମିକ ସଂଘର କାର୍ଯ୍ୟକୁ ନେଇ ଫେସବୁକ୍ ସାମାଜିକ ଗଣମାଧ୍ୟମରେ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ତୀବ୍ର ସମାଲୋଚନା କରିଥିଲେ। ଏଥିସହିତ ବିଜେପି କାର୍ଯ୍ୟକଳାପ ଓ ପ୍ରଧାନମନ୍ତ୍ରୀଙ୍କ ସମ୍ପର୍କରେ କେହି ଜଣେ ଅଜଣା ବ୍ୟକ୍ତି ଖରାପ ଭାଷାରେ ସମାଲୋଚନା କରିବା ଓ ତାଙ୍କୁ ଜୀବନରେ ମାରିଦେବା ପାଇଁ ଧମକ ଦେବା ନେଇ କେସିଙ୍ଗା ଥାନାରେ ଶ୍ରୀ ସାହୁ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇଲା ପରେ ଥାନ ଅଧିକାରୀ ଜିତେନ୍ଦ୍ର କୁମାର ବିଶ୍ବାଳ ଏକ ମାମଲା ରୁଜୁ କରିଥିଲେ। ତେବେ ଉକ୍ତ ଅଜଣା ବ୍ୟକ୍ତି ଆଜି ଥାନାକୁ ଆସି ସେ ପ୍ରଧାନମନ୍ତ୍ରୀ ଓ ବିଜେପି ସମ୍ପର୍କରେ ଖରାପ ମନ୍ତବ୍ୟ ଦେଇଥିବା ଯୋଗୁଁ କ୍ଷମା ମାଗିବା ସହିତ କେସ୍ କମ୍ପରମାଇଜ୍ କରିଥିଲେ। ଏ ବିଷୟରେ ଥାନାଧିକାରୀ ଶ୍ରୀ ବିଶ୍ବାଳଙ୍କୁ ପଚାରିବାରୁ ଉକ୍ତ ଅଜଣା ବ୍ୟକ୍ତି ଖରାପ ଭାଷାରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କୁ ଗାଳିଗୁଲଜ କରିଥିବାରୁ କ୍ଷମା ମାଗିଥିଲେ। କିନ୍ତୁ କେସ୍ ହୋଇଛି ବୋଲି କହିଥିଲେ।

Leave a Reply

Your email address will not be published. Required fields are marked *