
କେସିଙ୍ଗା-୬/୭ ବନମହୋତ୍ସବ ସପ୍ତାହ ପାଳନ ଅବସରରେ ଆଜି ସତ୍ୟର ସ୍ୱର ( ସାମାଜିକ ଗଣମାଧ୍ୟମ ) କେସିଙ୍ଗା ଟିମ୍ ତରଫରୁ ଏକ ବୃକ୍ଷରୋପଣ କାର୍ଯକ୍ରମ କେସିଙ୍ଗା ୱାର୍ଡ ନମ୍ବର ୧ ସ୍ଥିତ ବଗାଡ ଗୌରୀ ଶଙ୍କର ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ କେସିଙ୍ଗା ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ନୣପରାଜ ଯାଦବ ଯୋଗ ଦେଇ ବୣକ୍ଷରୋପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସତ୍ୟର ସ୍ୱର ଟିମ୍ର ଅନିଲ କୁମାର ନାଗ, ଟିକେରାମ ତାଣ୍ଡି, ପରମା କରୁଆଁ, ଜ୍ୟୋତିରଂଜନ ମହାରଣା, ମହେଶ୍ୱର ନାଏକ, ସଂଗ୍ରାମ କେଶରୀ ଦେଓ ପ୍ରମୁଖ ଉପସ୍ଥିତ ଥିଲେ। ବୃକ୍ଷରୋପଣ କାର୍ଯକ୍ରମରେ ସତମନ ଘିଭେଲା ସହଯୋଗ କରିଥିଲେ । ଆଗାମୀ ଦିନରେ ସତ୍ୟର ସ୍ୱର ଟିମ୍ ତତଫରୁ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ କରାଯିବ ବୋଲି ସତ୍ୟର ସ୍ବର ମୁଖ୍ୟ ସୂଚନା ଦେଇଛନ୍ତି ।